ସୁବର୍ଣ୍ଣପୁରରେ କୋରୋନା ସନ୍ଦିଗ୍ଧ !
14:25 March 04
ସୁବର୍ଣ୍ଣପୁରରେ ଜଣେ କୋରୋନା ସନ୍ଦିଗ୍ଧ । ଚିକିତ୍ସା ପାଇଁ ପଠାଗଲା ବୁର୍ଲା ମେଡିକାଲ ।
ସୁବର୍ଣ୍ଣପୁର: ଓଡିଶାରେ ଆଉ ଏକ କୋରୋନା ସନ୍ଦିଗ୍ଧ । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲିରେ କୋରୋନା ସନ୍ଦେହରେ ବୁର୍ଲା ମେଡିକାଲକୁ ପଠାଯାଇଛି । ବିନିକା ବ୍ଲକ ଜୁଳୁଣ୍ଡା ପଞ୍ଚାୟତର ଜଣେ ବ୍ୟକ୍ତି ଗତ 28ତାରିଖ ଦିନ ଦୁବାଇ ଫେରିଥିଲେ। ଗତ କିଛି ଧରି ଜ୍ବର ଓ କାଶରେ ପୀଡିତ ଥିଲେ । 3 ତାରିଖ ଦିନ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତର କୋରୋନା ସନ୍ଦେହ କରି ଗତକାଲି ବୁର୍ଲା ମେଡିକାଲକୁ ପଠାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ