ସୁବର୍ଣ୍ଣପୁର: ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଧାନ ଅମଳ ମେସିନ ତଖା ଥ୍ରେସର ମାଡି ଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହେବାସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁଇ ବାଳକ ଖେଳୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ଗାଁର 10 ବର୍ଷିୟ ବାଳକ ପ୍ରଜା ତାଣ୍ଡି ଏବଂ 15 ବର୍ଷିୟ ବାଳକ କ୍ରିଷ୍ଣା ତାଣ୍ଡି ଆଜି(ମଙ୍ଗଳବାର) ସକାଳେ ଖେଳୁଥିଲେ । ଏହି ସମୟରେ ମେଘଲା ନିକଟସ୍ଥ ପ୍ରଧାନପାଲି ମୌଜା ଚାଷଜମିର ଖଳାରୁ କାମ ସାରି ଫେରୁଥିବା ଧାନ ଅମଳ ମେସିନ ତଥା ଥ୍ରେସର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଧାନ ମେସିନଟି ସେଠାରେ ଖେଳୁଥିବା ପ୍ରଜା ଓ କ୍ରିଷ୍ଣା ଉପରେ ଚଢି ଯାଇଥିଲା ।