ଓଡିଶା

odisha

By

Published : Jan 20, 2022, 1:41 PM IST

ETV Bharat / state

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କଲା ଘରୋଇ ବିଦ୍ୟାଳୟ ସଂଘ

ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ବିଦ୍ୟାଳୟ ସମସ୍ୟାକୁ ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଛି । ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କଲା ଘରୋଇ ବିଦ୍ୟାଳୟ ସଂଘ
ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କଲା ଘରୋଇ ବିଦ୍ୟାଳୟ ସଂଘ

ସୁବର୍ଣ୍ଣପୁର:ବିଦ୍ୟାଳୟ ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଗରେ ଦାବି ଉପସ୍ଥାପନ କଲା ଘରୋଇ ବିଦ୍ୟାଳୟ ସଂଘ । ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗତିକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଉପରେ ଆଲୋଚନା କରିଥିବା ସୂଚନା ରହିଛି ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କଲା ଘରୋଇ ବିଦ୍ୟାଳୟ ସଂଘ

କୋରୋନା ସଂକ୍ରମଣ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ପଡିଛି ସତ, କିନ୍ତୁ ଘରୋଇ ବିଦ୍ୟାଳୟର ଖର୍ଚ୍ଚ କିନ୍ତୁ କମିନାହିଁ । ଏପରିକି ଅଭିଭାବକମାନେ ଟିଉସନ ଫି ଦେଉ ନଥିବାରୁ ଘରୋଇ ବିଦ୍ୟାଳୟ ପରିଚାଳନାରେ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିବା ସଂଘ ଅଭିଯୋଗ କରିଛି ।

ସ୍କୁଲ ଲିଭିଂ ସାର୍ଟିପିକେଟ ନନେଲେ ସରକାରୀ ବିଦ୍ୟାଳୟରେ ନାମ ନଲେଖାଇବା, କ୍ଲାସରୁମ ଟିଚିଂ ଆରମ୍ଭ କରିବା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସରକାରୀ ଆର୍ଥିକ ସହଯୋଗ ପ୍ରଦାନ କରିବା ସହିତ ଘରୋଇ ବିଦ୍ୟାଳୟ ପରିଚାଳନାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସଂଘ ଦାବି ଉପସ୍ଥାପନା କରିଛି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details