ଓଡିଶା

odisha

By

Published : Feb 2, 2022, 2:02 PM IST

ETV Bharat / state

ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇପଡିଲେ ବୃଦ୍ଧା, କହିଲେ ଗାଈ ନ ମିଳିଲେ ଜୀବନ ହାରିବି

ଗାଈକୁ ଫେରାଇ ଦେବା ଦାବିରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରି କଲେ ବୃଦ୍ଧା । ପ୍ରଶାସନ ଆଗରେ କାନ୍ଦି କାନ୍ଦି ନେହୁରା ହୋଇ କହିଲେ, "ମୋ ଗାଈକୁ ଫେରାଇ ଦିଅ, ତା ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ନ ମିଳିଲେ ମୁଁ ଜୀବନ ହାରିବି"। ଅଧିକ ପଢ଼ନ୍ତୁ

ଗାଈ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା
ଗାଈ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା

ସୁବର୍ଣ୍ଣପୁର:ଗାଈକୁ ଫେରାଇ ଦେବା ଦାବିରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପଡିଲେ ବୃଦ୍ଧା। ପ୍ରଶାସନ ଆଗରେ କାନ୍ଦି କାନ୍ଦି ନେହୁରା ହୋଇ କହିଲେ, "ମୋ ଗାଈକୁ ଫେରାଇ ଦିଅ, ତା ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ନ ମିଳିଲେ ମୁଁ ଜୀବନ ହାରିବି"। ବୁଲା ଗାଈ ପାଇଁ ପ୍ରଶାସନ ଆଗରେ ଏଭଳି ହୃଦୟ ବିଦାରକ ଚିତ୍କାର କରିଛନ୍ତି ବୃଦ୍ଧା ଜଣକ।

ଗାଈ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା

ବୃଦ୍ଧା ଜଣକ ସୁବର୍ଣ୍ଣପୁର ଜିଲ୍ଲାର ତରାସ ବାଘ ହୋଇଥିବା ଜଣା ପଡ଼ିଛି। ସେ ଭିକ ମାଗି ନିଜ ପେଟ ପୋଷୁଥିବା ବେଳେ ଦୀର୍ଘ 20 ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଆଶ୍ରୟ ନେଇ ଆସୁଛନ୍ତି। ଦିନରେ ଭିକ ମାଗି ଯାହା କିଛି ମିଳେ ନିଜେ ଖାଇବା ସହିତ କିଛି କିଣି ବୁଲା ଗାଈକୁ ଦେଇଥାନ୍ତି । ତେବେ ସହରରେ ବୁଲୁଥିବା ଗାଈଗୋରୁଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୋ ଶ୍ରଦ୍ଧା ଯୋଜନାରେ କାଞ୍ଜି ଘରେ ରଖାଗଲା । ଆଉ ଏହି କ୍ରମରେ ବୃଦ୍ଧାଙ୍କ ସହିତ ରହୁଥିବା ଗାଈଟିକୁ ମଧ୍ୟ ପୌର ପରିଷଦ କର୍ମଚାରୀ କାଞ୍ଜି ହାଉସରେ ରଖିଲେ ।

ହେଲେ ଗାଈଟିକୁ ଫେରେଇ ଦେବା ଜିଲ୍ଲା ଅଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତିଙ୍କ ପାଖରେ ସେ ନେହୁରା ହୋଇଥିଲେ। ହେଲେ ତାଙ୍କ ନେହୁରା କେହି ଶୁଣି ନଥିବା ସେ କହିଛନ୍ତି। ତେବେ ଏହି ଘଟଣା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧା ଜଣକ। ଜିଲ୍ଲାପାଳ ଗାଡ଼ି ଆଗରେ ଶୋଇ ନେହୁରା ହୋଇ କାନ୍ଦୁଛନ୍ତି। ତେବେ ଏଭଳି ଦୃଶ୍ୟ ଦେଖି ଜିଲ୍ଲାପାଳଙ୍କ ହୃଦୟ ନରମି ଯାଇଥିଲା। ସେ ଗାଈଟିକୁ ଫେରାଇ ଦେବା ପାଇଁ ତାଙ୍କୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ତେବେ ଜିଲ୍ଲାପାଳଙ୍କ ପ୍ରତିଶୃତି କ୍ରମେ ତାଙ୍କ ଶୀଘ୍ର ଫେରି ଆସିବ ବୋଲି ସେ ଆଶା ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details