ସୁବର୍ଣ୍ଣପୁର: ଅଫିସ ଖୋଲା ହେଲେ ଚୌକି ଖାଲି । ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପଡିଛି ମରୁଡି । ଜିଲ୍ଲା କୃଷି ବିଭାଗର ମୁଖ୍ୟ ଉପ କୃଷି ନିର୍ଦେଶକଙ୍କ ପଦବୀ ଖାଲି ପଡିଥିବା ବେଳେ ସଦର ମହକୁମା ଓ ବିରମହରାଜପୁର କୃଷି ଅଧିକାରୀ ପଦବୀ ଦୁଇଟି ବି ଖାଲି ପଡ଼ିଛି । ସେହିପରି ପ୍ରାୟ 35ରୁ ଅଧିକ କୃଷି ଗ୍ରାମ ସେବକ ପଦବୀ ଦୀର୍ଘ ଦିନରୁ ଖାଲି ପଡିଥିବା ଦେଖିବାକୁ ମିଳିଛି ।
ଫେରୁଛନ୍ତି ଚାଷୀ; କୃଷି ବିଭାଗ ଅଫିସ ଖୋଲା, ଚୌକି ଖାଲି - ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗୀୟ ଅଧିକାରୀ
ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପଡିଛି ମରୁଡି । ଜିଲ୍ଲା କୃଷି ବିଭାଗର ମୁଖ୍ୟ ଉପ କୃଷି ନିର୍ଦ୍ଦେଶକଙ୍କ ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲାରେ ତୁରନ୍ତ କୃଷି ବିଭାଗର ପଦବୀ ପୂରଣ ପାଇଁ ଚାଷୀ ମହଲରେ ଦାବି ହେଉଛି । ଅଧିକ ପଢନ୍ତୁ...

ଅଫିସ ଖୋଲା ହେଲେ ଚୌକି ଖାଲି, ସେବା ନପାଇ ଫେରୁଛନ୍ତି ଚାଷୀ
ଅଫିସ ଖୋଲା ହେଲେ ଚୌକି ଖାଲି, ସେବା ନପାଇ ଫେରୁଛନ୍ତି ଚାଷୀ
ତେବେ ଚଳିତ ଖରିଫ ଋତୁରେ ରୋଗପୋକ ଚାଷୀଙ୍କ ଉପରେ ଦାଉ ସାଧୁଥିବା ବେଳେ ସାଧାରଣ କୃଷକଙ୍କୁ ପରାମର୍ଶ ଦେବାକୁ ଗାଁ ଗହଳି ସ୍ତରରେ କୃଷି କର୍ମଚାରୀ ନାହାଁନ୍ତି । ଏପରିକି ଚାଷୀଙ୍କ କ୍ଷୟକ୍ଷତିର ଆକଳନ ପାଇଁ କୃଷି କର୍ମଚାରୀ ନାହାଁନ୍ତି । ତେବେ କୃଷି ବହୁଳ ଏହି ଜିଲ୍ଲାରେ ତୁରନ୍ତ କୃଷି ବିଭାଗର ପଦବୀ ପୂରଣ କରିବାକୁ ଚାଷୀ ମହଲରେ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ