ସୁବର୍ଣ୍ଣପୁର: ଜିଲ୍ଲା ଘଣ୍ଟୋପାଲି ଗାଁର କିଡନୀ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏନେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଜିଲ୍ଲାରେ ଡାଇଲିସିସ୍ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ବଡ଼ ମେଡ଼ିକାଲ ପଠାଇ ଚିକିତ୍ସା ପ୍ରଦାନ କରାଯିବ, ଗରିବ ଶ୍ରେଣୀର ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ଏବଂ ଏକ ଡାକ୍ତରୀ ଦଳ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
ତେବେ ବାରମ୍ବାର ଆନ୍ଦୋଳନ ପରେ ବି ଡାଇଲିସିସ କେନ୍ଦ୍ର ଜିଲ୍ଲାରେ ଖୋଲାଯାଉ ନଥିବାରୁ ରୋଗୀମାନେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଠିକ ଭାବେ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଉ ନ ଥିବା ଅଭିଯୋଗ ହେଉଛି । ସୂଚନାଅନୁଯାଇ ଗତ ଚାରି ବର୍ଷ ଭିତରେ ଘଣ୍ଟପାଲି ଗାଁରେ ଛଅଜଣ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ପ୍ରାୟ ୧୫ ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରୋଗ ବ୍ୟାପିବାର କାରଣ ଜଣା ନଥିଲେ ବି ଦୂଷିତ ପାଣି ହିଁ ପ୍ରମୁଖ କାରଣ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି ।