ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଶୁଶୁ ଶ୍ରମିକ ଚିନ୍ତାରେ ପ୍ରଶାସନ, କାମରେ ଆସୁନି ସଚେତନତା - ସୁବର୍ଣ୍ଣପୁରରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

ସୁବର୍ଣ୍ଣପୁରରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା । ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ଅଛନ୍ତି ଦୁଇଶହରୁ ଊର୍ଦ୍ଧ୍ବ ଶୁଶୁ ଶ୍ରମିକ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା
ସୁବର୍ଣ୍ଣପୁରରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

By

Published : Mar 29, 2023, 9:56 PM IST

ସୁବର୍ଣ୍ଣପୁରରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଶୁଶୁ ଶ୍ରମିକଙ୍କ ଦୁଃଖ । ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ଅଛନ୍ତି ଶୁଶୁ ଶ୍ରମିକ । ବିଶେଷକରି ଛୋଟଛୋଟ ପୁଅ ଝିଅମାନେ ରାସ୍ତାରେ ଭିକ୍ଷା ବୃତ୍ତି କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ବିଦ୍ୟାଳୟ ଯିବା ବୟସରେ ରାସ୍ତାରୁ ଅଳିଆ ଆବର୍ଜନା ଜରିବସ୍ତା, ପାଣି ବୋତଲ, ଲୁହା ଓ ଟିଣ ଆଦିର ବିଭିନ୍ନ ପ୍ରକାରର ନଷ୍ଟ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ସହରର ଜଳଖିଆ ଦୋକାନ, ମୋଟର ଗ୍ୟାରେଜ ଆଦି ଯାଗାରେ ବି ପିଲାମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଭିନ୍ନ ଦୋକାନ ବଜାର ଓ ଗ୍ୟାରେଜ ଉପରେ ଚଢାଉ କରି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ଅଭିଭାବକମାନଙ୍କୁ ଫେରାଇଥିଲେ ।

ଶିଶୁ ସୁରକ୍ଷା କମିଟି ପକ୍ଷରୁ ଅଭିଭାବକମାନଙ୍କ ଭିତରେ ଶିଶୁ ଅଧିକାର ଓ ସୁରକ୍ଷା ତଥା ଶିଶୁର ପ୍ରାଥମିକ ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଯାବର ଜୀବନ ଯାପନ କରୁଥିବା ପ୍ରାୟ 25ରୁ ଅଧିକ ଶିଶୁଙ୍କୁ ସହରର ମଝିପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ମାଧ୍ୟମରେ ନାମ ଲେଖାଇ ଅଧ୍ୟୟନ କରିବାର ସୁଯୋଗ ସୃଷ୍ଟି କରିଥିଲେ । ପିଲାମାନଙ୍କୁ ମାଗଣାରେ ବହି ,ପୋଷାକ, ଜୋତା , ବ୍ୟାଗ , ପାଣି ବୋତଲ ତଥା ଅନ୍ୟାନ୍ୟ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଏହାସହ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା

ଯାଯାବର ଭାବେ ଜୀବନ ଯାପନ କରୁଥିବା ପରିବାରମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ଶିଶୁମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକମାନଙ୍କୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦିଆଯାଇଥିଲା । ହେଲେ ସବୁକିଛି ବିଫଳ ହୋଇ ପଡିଥିବା ପରି ପ୍ରତୀୟମାନ ହେଉଛି । ଜିଲ୍ଲାରେ ଦିନକୁ ଦିନ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ସଂଖ୍ୟା ବି ବଢୁଥିବା ବେସରକାରୀ ସର୍ଭେରୁ ଜଣା ପଡିଛି ।

ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସର୍ଭେ ଅନୁଯାୟୀ, ସଦର ମହକୁମାରେ ପ୍ରାୟ ଦୁଇଶହରୁ ଅଧିକ ଶିଶୁ ବିଦ୍ୟାଳୟ ଛାଡି ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବର୍ଷର ବିଭିନ୍ନ ସମୟରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉକରି ଶିଶୁମାନଙ୍କୁ ଉଦ୍ଧାର କରୁଛି ସତ, ହେଲେ କିଛି ଦିନ ପରେ ସେହି ଶିଶୁମାନେ ପୁଣି ଅନ୍ୟ ଜାଗାରେ କିଛି ରୋଜଗାର ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ତେବେ ବାରମ୍ବାର ଜିଲ୍ଲା ପୋଲିସ ବିଭାଗର ସହାୟତାରେ ଚଢାଉ କରାଗଲେ ଲୋକଙ୍କ ଭିତରେ ଶିଶୁ ଶ୍ରମିକ ନିୟୋଜିତ କରିବାର ଭୟ ସୃଷ୍ଟି ହେବ ବୋଲି ମତ ପାଉଛି । ତେବେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ପ୍ରୟାସ ଜାରି ରଖିଥିବା କହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details