ଓଡିଶା

odisha

ETV Bharat / state

ନୂଆଖାଇ ପାଇଁ ପ୍ରସ୍ତୁତ ସୁବର୍ଣ୍ଣପୁର ସହର - ସୁବର୍ଣ୍ଣପୁର

ନୂଆଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର । ଆସନ୍ତାକାଲିି ଇଷ୍ଟଦେବୀଙ୍କ ପାଇଁ ନବାନ୍ନ ଲାଗି ନେଇ ଲଗ୍ନ ନିର୍ଦ୍ଧାରିତ ହୋଇସାରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 2, 2019, 3:06 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର । ସୋନପୁର ଗଡଜାତବାସୀ ବେଶ ଧୂମଧାମରେ ପାଳନ କରିବେ ଏହି ପର୍ବକୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସକାଳ 9ଟା 57ରୁ 10ଟା 11ସମୟ ମଧ୍ୟରେ ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି କରିବାକୁ ଲଗ୍ନ ନିର୍ଣ୍ଣୟ କରାଯାଇଛି । ବିଶାଖା ନକ୍ଷତ୍ର ତୁଳା ରାଶି ଲଗ୍ନରେ ମାହେନ୍ଦ୍ର ବେଳାରେ ଦେବୀ ମା'ଙ୍କ ନିକଟରେ ନବାନ୍ନ ଲାଗି କରାଯିବ ।

ସହରର ଅଷ୍ଟଚଣ୍ଡୀଙ୍କ ପାଖରେ ନବାନ୍ନ ଲାଗିବା ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଲୋକେ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାନ୍ନ ଲଗାଇବା ପରେ ସପରିବାର ଗ୍ରହଣ କରିବେ । ନିର୍ଦ୍ଧାରିତ ଲଗ୍ନର ଘଣ୍ଟାଏ ପୂର୍ବରୁ ମା ସମଲେଇ ମନ୍ଦିରରୁ ପାହୁର ଯାତ୍ରା ବାହାର କରିବାକୁ ସ୍ଥିର ହୋଇଛି । ଏଥିପାଇଁ ପାହୁର ଯାତ୍ରା କମିଟି ଓ ସଦର ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details