ଓଡିଶା

odisha

ETV Bharat / state

ନିର୍ମାଣ ହୋଇଛି ଶୌଚାଳୟ ମାତ୍ର ହୋଇପାରୁନି କାର୍ଯ୍ୟକ୍ଷମ - ସୁବର୍ଣ୍ଣପୁର

ସ୍କୁଲରେ ଭିତ୍ତିଭୂମି ଯଥେଷ୍ଟ ଅଛି । ଦୁଇ ମହଲା ବିଶିଷ୍ଟ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଇଛି କିନ୍ତୁ 257 ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ମାତ୍ର ଶୌଚାଳୟ ସେ ପୁଣି ବର୍ଷେ ହେଲା ଅଚଳ । ବାଧ୍ୟ ହୋଇ ବାହାରକୁ ଯିବାକୁ ପଡୁଛି ଛାତ୍ରୀମାନଙ୍କୁ ।

ଡିଜାଇନ ଫଟୋ

By

Published : Jul 27, 2019, 6:17 PM IST

ସୁବର୍ଣ୍ଣପୁର: ବିଦ୍ୟାଳୟରେ ସ୍ୱଛତା ଅଭିଯାନ ଫେଲ ମାରିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ପରିସରରେ ଶୌଚାଳୟ ତିଆରି ହୋଇଛି ମାତ୍ର ଶୌଚାଳୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ପାଣିର ଅଭାବରୁ ଶୌଚାଳୟ ବ୍ୟବହାର କରାଯାଇପାରୁନାହିଁ । ଫଳରେ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବାହାରକୁ ଯିବାକୁ ପଡୁଛି ।

ଏହି ଦୃଶ୍ୟ ହେଲା ହରଡାଖୋଲ ଗାଁରେ ଥିବା ସୁରେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟରେ ଅଧ୍ୟାପନା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମୀ ରହିଛି । ହେଲେ ଏଠାରେ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଛି ଗୋଟିଏ ମାତ୍ର ଶୌଚାଳୟ। କିନ୍ତୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଗ୍ରାମପଞ୍ଚାୟତ ପାଣ୍ଠିରେ ନିର୍ମାଣ ହୋଇଥିବା ଏହି ଶୌଚାଳୟ ବର୍ଷେ ହେଲାଣି ବ୍ୟବହାର ଉପଯୋଗୀ ହୋଇନି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବିଦ୍ୟାଳୟରେ ମୋଟ 257 ଜଣ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ଭିତରୁ ଉଭୟ ଶ୍ରେଣୀରେ 135 ଜଣ ଛାତ୍ରୀ ଅଛନ୍ତି । ବିଦ୍ୟାଳୟ ପରିସରରେ ସୌର ଚାଳିତ ଏକ ଗଭୀର ନଳକୂପ ରହିଛି । ଏପରିକି ନଳକୂପରୁ ଶୌଚାଳୟକୁ ପାଣି ସଂଯୋଗ ମଧ୍ୟ କରାଯାଇଛି । ମାତ୍ର ନଳକୂପର ମୋଟର ଅଚଳ ହୋଇପଡିଥିବାରୁ ପାଣି ସଂଯୋଗ କରାଯାଇପାରୁନାହିଁ । ତେବେ ଅଚଳ ସୌର ଚାଳିତ ନଳକୂପ କାର୍ଯ୍ୟକ୍ଷମ କରାଯାଇ ଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୃଷ୍ଟି କରାଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details