ଓଡିଶା

odisha

ETV Bharat / state

ସରକାରୀ କାର୍ଯ୍ୟାଳୟରେ ନାହିଁ ଦିବ୍ୟାଙ୍ଗଙ୍କ ପାଇଁ ରେମ୍ପ

ଜିଲ୍ଲାରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରୁନାହିଁ । ବେଳେବେଳେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଯାଗାରେ ସରକାରୀ କାର୍ଯ୍ୟକ୍ରମ କରାଯାଉଥିଲେ ତୁରନ୍ତ ଅସ୍ଥାୟୀ ରେମ୍ପ ତିଆରି କରାଯାଉଛି। ଅଧିକ ପଢନ୍ତୁ...

ସରକାରୀ କାର୍ଯ୍ୟାଳୟରେ ନାହିଁ ଦିବ୍ୟାଙ୍ଗଙ୍କ ପାଇଁ ରେମ୍ପ
ସରକାରୀ କାର୍ଯ୍ୟାଳୟରେ ନାହିଁ ଦିବ୍ୟାଙ୍ଗଙ୍କ ପାଇଁ ରେମ୍ପ

By

Published : Mar 13, 2021, 9:38 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରୁନାହିଁ । ବେଳେବେଳେ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଯାଗାରେ ସରକାରୀ କାର୍ଯ୍ୟକ୍ରମ କରାଯାଉଥିଲେ ତୁରନ୍ତ ଅସ୍ଥାୟୀ ରେମ୍ପ ତିଆରି କରାଯାଉଛି । ତେବେ ସଦର ମହକୁମାର ଅଧିକାଂଶ କାର୍ଯ୍ୟାଳୟ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ ରେମ୍ପ ତିଆରି କରାଯାଉ ନ ଥିବାରୁ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସରକାରୀ କାର୍ଯ୍ୟାଳୟରେ ନାହିଁ ଦିବ୍ୟାଙ୍ଗଙ୍କ ପାଇଁ ରେମ୍ପ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତିନି ମହଲା କୋଠା ହୋଇଥିବା ବେଳେ ଏଯାଏଁ ଉପର ମହଲାକୁ ଦିବ୍ୟାଙ୍ଗ ଯିବା ଆସିବାରେ ଅନେକ ସମସ୍ୟା ଦେଖା ଦେଉଛି । ତେବେ ସରକାରୀ କାର୍ଯ୍ୟରେ ଦିବ୍ୟାଙ୍ଗ ମାନେ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଛନ୍ତି କିନ୍ତୁ ପାହାଚ ଚଢି ନ ପାରି କାର୍ଯ୍ୟାଳୟ ଆଗରେ ଅନେକ ସମୟରେ ସରକାରୀ ବାବୁଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି ।

ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ସୁବର୍ଣ୍ଣପୁର ଗସ୍ତ ସମୟରେ ଗଣମାଧ୍ୟମ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ରେମ୍ପ ତିଆରି ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ସେ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details