ସୁବୁର୍ଣ୍ଣପୁର: ଆସନ୍ତାକାଲି ମାଘ ପୂର୍ଣ୍ଣମୀ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମ ଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀ ପୀଠରେ ପାଳିତ ହେବ ମାଘମେଳା ଉତ୍ସବ । ତେବେ କୋଭିଡ କଟକଣାକୁ ଆଖି ଆଗରେ ରଖି ଖଲିଆପାଲି ସ୍ଥିତ ଏହି ସନ୍ଥ ପୀଠରେ କେବଳ ବିଧିରକ୍ଷା ପାଇଁ ପାରମ୍ପରିକ ଆରାଧନା କରାଯିବ । ସନ୍ଥ କବିଙ୍କ ସମାଧୀ ଦର୍ଶନ କରିବା ପାଇଁ ତଥା ମେଳା ଆୟୋଜନ ପାଇଁ ଦେବୋତ୍ତର ବିଭାଗ ଓ ସମାଧୀ ପୀଠ ଟ୍ରଷ୍ଟ ପକ୍ଷରୁ ବାରଣ କରାଯାଇଛି ।
ସେହିପରି ସମାଧୀ ପୀଠ ଭିତରେ ଅବସ୍ଥାନ କରୁଥିବା ସାଧୁ ସନ୍ୟାସୀ କେବଳ ଶୂନ୍ୟ ବ୍ରହ୍ମଙ୍କ ଆରାଧନା କରିବା ସହିତ ଭଜନ ଜଣାଣ କରି ମାଘମେଳା ଉତ୍ସବ ପାାଳନ କରିବେ । ତେବେ ପ୍ରତିବର୍ଷ ମାଘ ପୂର୍ଣ୍ଣମୀ ଅବସରରେ ଆୟୋଜିତ ହେଉଥିବା ସାରସ୍ବତ ସାହିତ୍ୟ ସମାରୋହକୁ ବି ବାତିଲ କରି ଦିଆଯାଇଛି । ଏପରିକି ପ୍ରତିବର୍ଷ ଭୀମ ଭୋଇ ପ୍ରେମୀଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନ ବି ଆସନ୍ତା ବର୍ଷ ଦେବା ପାଇଁ ସମାଧୀ ପୀଠ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।