ସୁବର୍ଣ୍ଣପୁର: ମହାରାଜା କଂସଙ୍କ ମୁହଁରୁ ଉଭେଇ ଯାଇଛି ହସ । ରଙ୍ଗସଭାରେ ଘୋର ଗର୍ଜନ ଓ ଅଟ୍ଟାହସ୍ୟ କରୁଥିବା କଂସ କିନ୍ତୁ ଆଜି ଗୁମୁରି ଗୁମୁରି କାନ୍ଦୁଛି । ଆଜି ବନ୍ଦ ହୋଇଛି ସେହି ରଙ୍ଗସଭା । ପାରିଷଦ ବର୍ଗ ବି କେହି ନାହାନ୍ତି ପାଖରେ । ରଙ୍ଗସଭାରେ ଆଉ ଶୁଣିବାକୁ ମିଳୁ ନାହିଁ ନୃତ୍ୟାଙ୍ଗନାଙ୍କ ଘୁଙ୍ଗୁରର ରୁଣୁଝୁଣୁ ସ୍ବର ।
ଏବେ ନାହିଁ ମୃତ୍ୟୁର ଭୟ ତଥାପି ଗୁମୁରି ଗୁମୁରି କାନ୍ଦୁଛି କଂସ - ମହାରାଜା କଂସ
ରଙ୍ଗସଭାରେ ଘୋର ଗର୍ଜନ ଓ ଅଟ୍ଟାହସ୍ୟ କରୁଥିବା କଂସ କିନ୍ତୁ ଆଜି ଗୁମୁରି ଗୁମୁରି କାନ୍ଦୁଛି । ଆଜି ବନ୍ଦ ହୋଇଛି ସେହି ରଙ୍ଗସଭା । ମହାମାରୀ କୋରୋନା ସବୁକିଛି ଛଡେଇ ନେଇଛି ।
ମହାରାଜାଙ୍କ ଚିତ୍ତ ବିନୋଦନ କରିବା ପାଇଁ ଏବେ ଆଉ ନିର୍ଦ୍ଦେଶ ପାଳନ କରିବାକୁ ପାଖରେ କେହି ନାହାନ୍ତି । ତେବେ ସବୁସମୟରେ ମୃତ୍ୟୁର ଭୟ ଘାରୁଥିବା ମହାରାଜାଙ୍କୁ ଆଉ ନିଦ ହେଉନାହିଁ । ମହାମାରୀ କୋରୋନା ସବୁକିଛି ଛଡେଇ ନେଇଛି । ଆମେ କହୁଛୁ ପଶ୍ଚିମ ଓଡିଶାରେ ବିଭିନ୍ନ ମଞ୍ଚରେ କଂସ ଭୂମିକାରେ ଅଭିନୟ କରି ବେଶ ପ୍ରସିଦ୍ଧ ଲାଭ କରିଥିବା ଅନ୍ତରଡା ଗାଁର ଗୋପାଳ ପଣ୍ଡାଙ୍କ କାହାଣୀ । କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ଜିଲ୍ଲା ତଥା ପଡୋଶୀ ଜିଲ୍ଲାରେ ବନ୍ଦ ହୋଇ ଯିବା ପରେ ଖାଲି ଗୋପାଳ ନୁହେଁ ସାଥୀ କଳାକାରଙ୍କ ସହିତ ଧନୁଯାତ୍ରାରେ ସାମିଲ ହେଉଥିବା ମଞ୍ଚ ପରିଚାଳନା ସହଯୋଗୀ ଓ ବ୍ୟବସାୟୀ ମାନେ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି।ଲୋକେ ବି ମନୋରଞ୍ଜନ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ଗୋପାଳଙ୍କ ସହିତ ସାଥୀ କଳାକାରମାନେ ବେରୋଜଗାର ହୋଇ ଖାଲି କାନ୍ଦୁଥିବା ଗୋପାଳ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ