ଓଡିଶା

odisha

ETV Bharat / state

ହେଲମେଟ ନାହିଁତ ପେଟ୍ରୋଲ ନାହିଁ - no helmet

ଆଉ କରିପାରିବେ ନାହାଁ ଟ୍ରିପଲ ରାଡିଂ। ଆଉ ହେଲମେଟ ନଦେଖାଇଲେ ପେଟ୍ରୋଲ ପମ୍ପରୁ ମିଳିବନି ପେଟ୍ରୋଲ । ଏପରି ନୂଆ ନିୟମ ସୁବର୍ଣ୍ଣପୁରେ ଲାଗୁ ହୋଇଛି ।

ଫଟୋ ସୌଜନ୍ୟ : ପ୍ରତିିନିଧି,ସୁବର୍ଣ୍ଣପୁର

By

Published : Jun 22, 2019, 5:14 AM IST

ସୁବର୍ଣ୍ଣପୁର: ପରିବହନ ବିଭାଗ ଏବେ ବେଶ ତତ୍ପର ହୋଇଛି । ସଡକ ସୁରକ୍ଷା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛି । ଆଜି ସଡ଼କ ସୁରକ୍ଷା ଯୋଜନାରେ ସୁଧାର ଆଣିବାକୁ ଆଗାମୀ 24 ତାରିଖରୁ ନୋ ହେଲମେଟ ନୋ ପେଟ୍ରୋଲ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିିନିଧି,ସୁବର୍ଣ୍ଣପୁର

ଜିଲ୍ଲାର ବୀରମହରାଜପୁର ବିଧାୟକ ପଦ୍ମନାଭ ବେହେରା ପରିବହନ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେବା ପରେ ରାଜ୍ୟରେ ଜିଲ୍ଲାକୁ ପରିବହନ କ୍ଷେତ୍ରରେ ପ୍ରତିଷ୍ଠିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ମନା । ମଦ୍ୟପାନ କରି ମଧ୍ୟ ଗାଡି ଚଳାଇବା ପଡିବ ମହଙ୍ଗା ।

ଆଉ ଟ୍ରିପଲ ରାଡିଂ କରିବା ହେବନି ସହଜ । ଏମଭିଆଇ ରବିନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଯୋଗଦେଇ ସଡ଼କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ବୈଠକରେ ପୋଲିସ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ପୂର୍ତ୍ତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।2018-19ଆର୍ଥିକ ବର୍ଷରେ ଟାର୍ଗେଟରୁ ଅଧିକ ରାଜସ୍ୱ ଆଦାୟ କରାଯାଇ ଥିବା ବେଳେ ଅଧିକ ସଡ଼କ ଦୁର୍ଘଟଣା ବି ହୋଇଥିଲା। ଦୁର୍ଘଟଣା ପାଇଁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା।ସମସ୍ତଙ୍କ ସହଯୋଗ ରେ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହିତ ସରକାରୀ ଆଇନ କଡାକଡି ଲାଗୁ କରିବାକୁ ସହମତି ପ୍ରକାଶ ପାଇଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details