ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରର ରୁଗୁଡିପାଲିକୁ ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା - ରୁଗୁଡିପାଲି ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ସଦର ବ୍ଲକର ରୁଗୁଡିପାଲି ଗାଁକୁ ଘୋଷଣା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

subarnapur
ରୁଗୁଡିପାଲି, ସୁବର୍ଣ୍ଣପୁରର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ

By

Published : Jan 6, 2020, 11:32 PM IST

Updated : Jan 6, 2020, 11:44 PM IST

ସୁବର୍ଣ୍ଣପୁର: ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ସଦର ବ୍ଲକ ରୁଗୁଡିପାଲି ଗାଁକୁ ଘୋଷଣା କରାଯାଇଛି । ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଛନ୍ତି ।

ରୁଗୁଡିପାଲି, ସୁବର୍ଣ୍ଣପୁରର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ

ଝିଅମାନେ ବାଲ୍ୟ ବିବାହ କଲେ ଉଭୟ ଶାରୀରିକ ଓ ମାନସିକ ଭାବେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହା ସହ ଜିଲ୍ଲାର ସମସ୍ତ ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଏହି ସଭାରେ ଜିଲ୍ଲାପାଳଙ୍କ ସହ ସ୍ବେଚ୍ଛାସେବୀ ଘାସିରାମ ପଣ୍ଡା , ଅନଙ୍ଗ ନେଗି ପ୍ରମୁଖ ଯୋଗଦେଇ ଏହି ଅଭିଯାନକୁ ଜିଲ୍ଲା ସାରା ପ୍ରସାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jan 6, 2020, 11:44 PM IST

ABOUT THE AUTHOR

...view details