ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ପ୍ରବଳ ଶୀତ, ନିରାଶ୍ରୟଙ୍କୁ ଆଶ୍ରୟ ଦେଲା ପୌର ପରିଷଦ - ସୁବର୍ଣ୍ଣପୁରରେ ପ୍ରବଳ ଶୀତ

ସ୍ଥାନୀୟ ଟାଉନହଲ ଠାରେ ନିରାଶ୍ରୟଙ୍କୁ ଆଶ୍ରୟ ଦେଇଛି ସୁବର୍ଣ୍ଣପୁର ପୌରପରିଷଦ।

subarnapur
ଯାଯାବରଙ୍କୁ ଆଶ୍ରୟ ଦେଲା ପୌରପରିଷଦ

By

Published : Dec 29, 2019, 11:09 PM IST

ସୁବର୍ଣ୍ଣପୁର: ସହରରେ ଥିବା ନିରାଶ୍ରୟଙ୍କୁ ସ୍ଥାନୀୟ ଟାଉନ ହଲଠାରେ ଆଶ୍ରୟ ଦେଇଛି ପୌର ପରିଷଦ। ଆଜି ସହରରେ ବିଭିନ୍ନ ସ୍ଥାନରେ ଖୋଲା ଆକାଶ ତଳେ ରହୁଥିବା ପରିବାର ମାନଙ୍କୁ ଟାଉନ ହଲରେ ଆଶ୍ରୟ ନେବା ପାଇଁ ପୌର ପରିଷଦ ଦ୍ବାରା ମାଇକ ଯୋଗେ ଘୋଷଣା କରାଯାଇଥିଲା। ନିଜେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ସ୍ଥାନକୁ ଯାଇ ଅସହାୟଙ୍କୁ ଟାଉନ ହଲଠାରେ ଆଶ୍ରୟ ନେବାକୁ ଅନୁରୋଧ କରିଥିଲେ। ପ୍ରବଳ ଥଣ୍ଡା ହେଉଥିବାରୁ ପ୍ରାୟ 15ରୁ ଅଧିକ ପରିବାରଙ୍କୁ ଆଶ୍ରୟସ୍ଥଳୀରେ ରଖିବା ସହ ସେମାନଙ୍କୁ ପୌର ପରିଷଦ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇଛି।

ଯାଯାବରଙ୍କୁ ଆଶ୍ରୟ ଦେଲା ପୌରପରିଷଦ

ସହରକୁ ବିଭିନ୍ନ ପ୍ରକାରର ବ୍ୟବସାୟ ପାଇଁ ଆସିଥିବା ଲୋକେ ଖୋଲା ଆକାଶ ଓ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ଆଜି ପୌର ପରିଷଦ ତରଫରୁ ଏହି ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଏମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details