ଓଡିଶା

odisha

ETV Bharat / state

2 ମାସର ଶିଶୁକନ୍ୟାକୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମା' - women attempt to suicide in subarnapur

କଠୋର ହେଲା ମା'ର ମମତା। ନିଜ ଦୁଇ ମାସର ଶିଶୁକନ୍ୟାକୁ କୀଟନାଶକ ଦେଇ ମୃତ୍ୟୁ ମୁଖକୁ ଠେଲି ଦେଲା। ଅଧିକ ପଢନ୍ତୁ

କଠୋର ସାଜିଲା ମା'ର ମମତା, 2ମାସର ଶିଶୁକନ୍ୟାକୁ ବିଷ ଦେଲା ମା'
କଠୋର ସାଜିଲା ମା'ର ମମତା, 2ମାସର ଶିଶୁକନ୍ୟାକୁ ବିଷ ଦେଲା ମା'

By

Published : Mar 5, 2022, 1:33 PM IST

ସୁବର୍ଣ୍ଣପୁର: କଠୋର ହେଲା ମା'ର ମମତା । ନିଜ ଦୁଇ ମାସର ଶିଶୁକନ୍ୟାକୁ କୀଟନାଶକ ଦେଇ ମୃତ୍ୟୁମୁଖକୁ ଠେଲି ଦେଲା ମା’। ଶିଶୁକନ୍ୟାକୁ ବିଷ ଦେବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତେତେଲଖୁଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କଠୋର ସାଜିଲା ମା'ର ମମତା, 2ମାସର ଶିଶୁକନ୍ୟାକୁ ବିଷ ଦେଲା ମା'

ଘଟଣା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ତେତେଲଖୁଲ ଗାଁର କୁନ୍ତି କମ୍ପ ଗତକାଲି କୌଣସି ଏକ କାରଣରୁ ଶିଶୁକନ୍ୟାକୁ ନେଇ ପୁଇଁତଲା ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଥିବା ଶାଶୁଘରୁ ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ । ବାପଘରକୁ ଆସିବା ପରେ ଶିଶୁକନ୍ୟାକୁ କୀଟନାଶକ ଦେବା ସହିତ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିଲେ । ତେବେ ପରିବାର ଲୋକେ ଏହି ଘଟଣା ଜାଣିବା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଶିଶୁଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ମା’ର ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଅଛି। ଏହି ଘଟଣାରେ ସଦର ଟାଉନ ଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ତଦନ୍ତ ଜାରି ରଖିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details