ଓଡିଶା

odisha

ETV Bharat / state

କଡାକଡି ହେଲା ଟ୍ରାଫିକ୍ ନିୟମ, ଫାଇନ ଗଣିଲେ ପୋଲିସ ବାବୁ - new transport law

ନୂତନ ପରିବହନ ଆଇନକୁ ଆଜି କଡାକଡି ଭାବେ ଲାଗୁ କରାଯାଇଛି। ଏପରିକି ନିୟମ ଭଙ୍ଗ କରିଥିବା ପୋଲିସ କର୍ମଚାରୀଙ୍କୁ ବି ସୁବର୍ଣ୍ଣପୁରରେ ଫାଇନ ଦେବାକୁ ପଡିଛି। ଅଧିକ ଖବର ପଢନ୍ତୁ...

transport_ law
କଡାକଡି ହେଲା ଟ୍ରାଫିକ୍ ନିୟମ, ଫାଇନ ଗଣିଲେ ପୋଲିସ ବାବୁ

By

Published : Mar 1, 2020, 4:26 PM IST

ସୁବର୍ଣ୍ଣପୁର: ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ନୂତନ ପରିବହନ ଆଇନକୁ ଆଜି କଡାକଡି ଭାବେ ଲାଗୁ କରାଯାଇଛି। ବିରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ଦ୍ଦେଶରେ ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କଡାକଡି ହେଲା ଟ୍ରାଫିକ୍ ନିୟମ, ଫାଇନ ଗଣିଲେ ପୋଲିସ ବାବୁ

ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ବାଇକ ଓ ମୋଟର ବ୍ୟବହାର କରୁଥିବା ଜନସାଧାରଣଙ୍କୁ ସଚେତନ ହେବାକୁ ଅନୁରୋଧ କରିଛନ୍ତି। ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଓ ପରିବହନ ଅଧିକାରୀ ରବିନ ପଟ୍ଟନାୟକଙ୍କ ନେତୃତ୍ବରେ 5ଟି ଦଳ ସହରର ବିଭିନ୍ନ ଛକରେ ଗାଡ଼ି ମୋଟର ଯାଞ୍ଚ କରିଛନ୍ତି।

ଏପରିକି ନିୟମ ଭଙ୍ଗ କରିଥିବା ପୋଲିସ କର୍ମଚାରୀଙ୍କୁ ବି ଫାଇନ ଦେବାକୁ ପଡିଛି। ବିଶେଷକରି ହେଲମେଟ, ସିଟ ବେଲ୍ଟ , ମଦ୍ୟପ ଡ୍ରାଇଭିଂ, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର ,ଦ୍ରବ୍ୟ ପରିବହନ ଗାଡ଼ିରେ ପାସେଞ୍ଜର ବୋହିବା ଆଦିକୁ କଡାକଡି ଲାଗୁ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details