ଓଡିଶା

odisha

ETV Bharat / state

ସମ୍ପର୍କରେ ରକ୍ତର ଛିଟା, ବଡ ବାପାକୁ ପନିକିରେ ହାଣିଦେଲା ପୁତୁରା

ସୋନପୁରରେ ବୀଭତ୍ସ ହତ୍ୟାକାଣ୍ଡ । ବଡ ବାପାକୁ ପନିକିରେ ଆକ୍ରମଣ କରି ହତ୍ୟା କଲା ପୁତୁରା । ଅଧିକ ପଢନ୍ତୁ

nephew killed his uncle in sonpur
nephew killed his uncle in sonpur

By ETV Bharat Odisha Team

Published : Sep 29, 2023, 1:02 PM IST

nephew killed his uncle in sonpur

ସୋନପୁର:ରାଗ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ବଡ ବାପାକୁ ପନିକିରେ ଆକ୍ରମଣ କଲା ପୁତୁରା । ପୁତୁରାର ଆକ୍ରମଣରେ ବାଡ ବାପାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ହତ୍ୟାକାଣ୍ଡ ଘଟିଛି ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ନବୀନ ଭୁଏ । ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତ ପୁତୁରା ଉଜଲଙ୍କୁ ପୋଲିସ ଗିରଫ କରିଛି ।

ଗୁରୁବାର ଅପରାହ୍ନ 5ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । 22 ବର୍ଷୀୟ ଉଜଲ ଭୁଏ ବାହାରୁ ବୁଲାବୁଲି କରି ଘର ଭିତରକୁ ପ୍ରବେଶ କରିଥିଲା । ଏହାର କିଛି ସମୟ ପରେ ଘରୁ ଚିତ୍କାର ଶୁଭିଥିଲା । ପନିକିରେ ବଡ ବାପା ନବୀନ ଭୁଏଙ୍କ ବେକକୁ ଆକ୍ରମଣ କରିଥିଲା ପୁତୁରା ଉଜଲ । ନବୀନ ଘର ଭିତରେ ବସିଥିବା ବେଳେ ଉଜଲର ଅତର୍କିତ ଆକ୍ରମଣକୁ ଜାଣି ପାରି ନଥିଲେ । ହତ୍ୟାକାଣ୍ଡ ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ନବୀନ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କ ନିକଟରେ ଉଜଲ ଏକ ପନିକି ଧରି ବସିଥିବା ମଧ୍ୟ ଦେଖିଥିଲେ।

ଏହା ମଧ୍ୟ ପଢନ୍ତୁ-ଗଜପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘରୋଇ କଳିରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ମୃତଦେହ ଜବତ ସହ ଅଭିଯୁକ୍ତ ଉଜଲକୁ ଗିରଫ କରିଛି ପୋଲିସ । ଆଜି ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଯିବ । ଅଭିଯୁକ୍ତ ଉଜଲ ରାଗର ବଶବର୍ତ୍ତି ହୋଇ ନିଜ ବଡବାପାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପରିବାର ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି ପୋଲିସ ।

ସେପ୍ଟେମ୍ବର 26 ତାରିଖରେ ଗଜପତି ଘୋଡାପଙ୍କା ଗାଁରେ ଡବଲ ମର୍ଡର ହୋଇଥିଲା । ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ସୋମବାର ରାତି ପ୍ରାୟ ୭ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଶଶି ମଲିକ l ୨ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରଙ୍କୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ଶଶିଙ୍କୁ ମଧ୍ୟ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିଲା ।

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details