ସମ୍ବଲପୁର: ବୁର୍ଲା ମେଡିକାଲର ଡାକ୍ତରଙ୍କ ଅବହେଳା ଓ ଖାମଖିଆଲିପଣର ଏକ ନଗ୍ନ ନମୁନା ଏବେ ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳା ବୁର୍ଲା ବଡ ମେଡିକାଲକୁ ପ୍ରସବ ପାଇଁ ସ୍ତ୍ରୀ ଓ ପ୍ରସ୍ରୁତି ବିଭାଗରେ ଗତ 14 ତାରିଖରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ମହିଳାଙ୍କ ଗର୍ଭରେ ଥିବା ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଗର୍ଭସ୍ଥ ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର, ତେବେ ଗର୍ଭବତୀ ମହିଳା ଜଣକ ନିଜ ଗର୍ଭରେ ଥିବା ନିଜ ଶିଶୁଟି ଜୀବିତ ଥିବାର ଅନୁଭବ କରୁଥିବା ବୋଲି କହି ଡାକ୍ତରଙ୍କୁ ଚିକିତ୍ସା ପାଇଁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନଥିଲେ । ପରେ ମହିଳାଙ୍କ ପରିବାର ଲୋକ ବାଧ୍ୟ ହୋଇ ମହିଳାଙ୍କୁ ସମ୍ଵଲପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ଏହି ନର୍ସିଂହୋମରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏମିତି ଅଭିଯୋଗ ଆଣିଛନ୍ତି ଝାରସୁଗୁଡା ଜିଲ୍ଲା କିର୍ମିରା ଵ୍ଲକ ତେଲିଡିହି ଗ୍ରାମର ମହିଳାଙ୍କ ପରିବାର ଲୋକେ।
ଗର୍ଭସ୍ଥ ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର ପ୍ରସୂତି ମହିଳା ଜଣକ ଜୟନ୍ତୀ ନାୟକ। ସେ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ଭେଣ୍ଟିଲେଟର ବ୍ୟବସ୍ଥା ନଥିବା ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେଵେ ସରକାରୀ ହସ୍ପିଟାଲରେ କମଖର୍ଚ୍ଚ ହେବ ବୋଲି ଆସିଥିବା ଏହି ଗରିବ ପରିବାରକୁ ଗୋଟିଏ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଵେ ସବୁଠାରୁ ବଡ କଥା ହେଲା ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ନିର୍ଵାଚନ ମଣ୍ତଳୀର ଅଧିନରେ ଥିବା କିର୍ମିରା ବ୍ଲକର ଏହି ଗରିବ ମହିଳା ଜଣଙ୍କ ପରିବାର ଏବେ ନର୍ସିଂହୋମରେ ମୋଟା ଅଙ୍କର ଖର୍ଚ୍ଚ କିପରି ବହନ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ପ୍ରସୂତିଙ୍କ ସ୍ଵାମୀ ଗୁରୁତର ରୋଗରେ ପିଡିତ ଥିବା ବେଳେ ଏତେ ସଂଖ୍ୟାରେ ଟଙ୍କା କେଉଁଠୁ ଯୋଗାଡ କରିବେ ବୋଲି ଚିନ୍ତାରେ ପରିଵାର ଲୋକେ ।
ଗର୍ଭସ୍ଥ ଶିଶୁଙ୍କୁ ମୃତ କହିଲେ ବୁର୍ଲା ଡାକ୍ତର ତେବେ ବୁର୍ଲା ମେଡିକାଲ ଅଧିକ୍ଷକ ଜୟଶ୍ରୀ ଦୋରାଙ୍କୁ ଏହି ଘଟଣା ନେଉ ପଚରା ଯିବାରୁ ସେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି। ହେଲେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏନେଇ ପଚାରିଲା ପରେ କିଛି କହି ପାରିବେ ବୋଲି ଫୋନରେ କହିଛନ୍ତି।
ସମ୍ବଲପୁରରୁ ଜୁସ୍ମନ ରଣା,ଇଟିଭି ଭାରତ