ସୁବର୍ଣ୍ଣପୁର : ଦୈବୀ ଦୁର୍ବିପାକରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶିକ୍ଷଣ । ସୁବର୍ଣ୍ଣପୁର ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପରିସରରେ ଏକ ଫାୟାର ସେଫ୍ଟି ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫାୟାର ଅଫିସର ବଳରାମ ପ୍ରଧାନ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବିଷୟରେ ଶିକ୍ଷା ଦେଇଥିଲେ । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ହାବିଲଦାର ଉଜ୍ବଳ ବେହେରା , ଫାୟାରମ୍ୟାନ ବ୍ୟାସଦେବ ପ୍ରଧାନ ଓ ମହେଶ୍ବର ପନିଆ ଯୋଗଦେଇ ଗ୍ୟାସ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।