ଓଡିଶା

odisha

ETV Bharat / state

ପୋଷ୍ଟମାଷ୍ଟରଙ୍କୁ ନିର୍ମମ ଭାବେ ହତ୍ୟା

ଜିଲ୍ଲା କଲାପଥର ଗାଁରେ ହତ୍ୟାକାଣ୍ଡ। ପୋଷ୍ଟ ମାଷ୍ଟର ଶତ୍ରୁଘନ ଷାଣ୍ଢକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଗାଁ ନିକଟ ଜଙ୍ଗଲରେ ମୃତଦେହକୁ ଫୋଫାଡି ଦେବା ସହ ପେଟ୍ରୋଲ ଢାଳି ପୋଡିବାକୁ ଚେଷ୍ଟା କରାଯାଇଛି ।

By

Published : Mar 20, 2019, 1:15 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା କଲାପଥର ଗାଁରେ ହତ୍ୟାକାଣ୍ଡ। ପୋଷ୍ଟ ମାଷ୍ଟର ଶତ୍ରୁଘନ ଷାଣ୍ଢକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଗାଁ ନିକଟ ଜଙ୍ଗଲରେ ମୃତଦେହକୁ ଫୋଫାଡି ଦେବା ସହ ପେଟ୍ରୋଲ ଢାଳି ପୋଡିବାକୁ ଚେଷ୍ଟା କରାଯାଇଛି । ତୀକ୍ଷ୍ଣ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଗତକାଲି ରାତିରେ ଶତ୍ରୁଘନ ଷଣ୍ଢ ପରିବାର ସହିତ ଖାଇ ପିଇ ଶୋଇଥିଲେ । ରାତ୍ର ପ୍ରାୟ 2ଟା ବେଳେ ଘର ଲୋକେ ଦେଖିବା ବେଳକୁ ଶତ୍ରୁଘନ ଘରେ ନଥିଲେ । ପରିବାର ଲୋକେ ଓ ପାଖ ପଡୋଶୀ ରାତିରୁ ହିଁ ଖୋଜିବା ଆରମ୍ଭ କରିଥିଲେ ।

ହେଲେ କଲାପଥର ଗାଁର ମୁଖ୍ୟ ରାସ୍ତାରୁ ପ୍ରାୟ 2 କିଲୋମିଟର ଅର୍ଜୁନପୁରର ପତରା ଜଙ୍ଗଲରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଶତ୍ରୁଘନଙ୍କ କାହା ସହ ଝଗଡା ନଥିବା କହିଛନ୍ତି ପରିବାର ଲୋକେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details