ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଶନିବାର ଜବତ କରିଛି ଏକ ଗଞ୍ଜେଇ ବୋଝେଇ ଗାଡି । ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଛେପାପାଲି ଗାଁ ପାଖରେ ଏକ ଚାରି ଚକିଆ ଗାଡି ଥିବା ପୋଲିସ ଖବର ପାଇଥିଲା। ଘଟଣାସ୍ଥଳକୁ ଯାଇ ଗାଡି ତଲାସି କରିବାରେ ଗାଡିରୁ 4 ବସ୍ତା ଗଞ୍ଜେଇ ପାଇଥିଲା ପୋଲିସ ।
ହାଇୱେରେ ଗଞ୍ଜେଇ ଭର୍ତ୍ତି ଗାଡି ଛାଡି ଅଭିଯୁକ୍ତ ଫେରାର - ଗଞ୍ଜେଇ ଜବତ
ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଶନିବାର ଜବତ କରିଛି ଏକ ଗଞ୍ଜେଇ ବୋଝେଇ ଗାଡି ।

ସୁବର୍ଣ୍ଣପୁରରେ 1 କ୍ବିଣ୍ଟଲ 35 କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ସୁବର୍ଣ୍ଣପୁରରେ 1 କ୍ବିଣ୍ଟଲ 35 କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ଜବତ ହୋଇଥିବା 1 କ୍ବିଣ୍ଟାଲ 35 କେଜି ଗଞ୍ଜେଇ ଯାହାର ଆନୁମାନିକ ମୁଲ୍ୟ 7 ଲକ୍ଷ ହେବ ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ବୌଦ୍ଧରୁ ସୁବର୍ଣ୍ଣପୁର ଦେଇ ଛତିଶଗଡ଼ ଅଞ୍ଚଳକୁ ଯାଉଥିଲା ବୋଲି ପୋଲିସ ଅନୁମାନ କରୁଛି । ଏହି ଗଞ୍ଜେଇ କାରବାର ସମ୍ପର୍କରେ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇ ନାହିଁ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ