ସୁବର୍ଣ୍ଣପୁର: ସହରରେ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି । ସୋନପୁର ମହାବିଦ୍ୟାଳୟର ଏକ ଆକାଉଣ୍ଟରୁ ୭୦ ଲକ୍ଷ ୪୩ ହଜାର ଟଙ୍କା ଠକେଇ । ଏକ ନକଲି ଚେକ ଜରିଆରେ ଅଧ୍ୟକ୍ଷଙ୍କ ନକଲି ସ୍ବାକ୍ଷର ଦେଇ ଏହି ଠକେଇ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବୟଂ ଏହି ଘଟଣାରେ ତନାଘନା କରୁଥିବା ବେଳେ ବ୍ୟାଙ୍କ ଅଫ ବରୋଦାର ଶାଖା ପରିଚାଳକ ଓ ଦୁଇ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରାଯାଉଛି ।
ଅଧ୍ୟକ୍ଷଙ୍କ ନକଲି ସ୍ବାକ୍ଷରରେ ସୋନପୁର କଲେଜର 70ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚଳୁ ! - ସୁବର୍ଣ୍ଣପୁର ଖବର
ସୋନପୁର ମହାବିଦ୍ୟାଳୟର ବ୍ୟାଙ୍କ ଅଫ ବରୋଦା ଆକାଉଣ୍ଟରୁ ୭୦ ଲକ୍ଷ ୪୩ ହଜାର ଟଙ୍କା ଠକେଇ । ନକଲି ଚେକ ଜରିଆରେ ଅଧ୍ୟକ୍ଷଙ୍କ ନକଲି ସ୍ବାକ୍ଷର ଦେଇ ହୋଇଛି ଠକେଇ । ଶାଖା ପରିଚାଳକ ଓ ଦୁଇ ଜଣ କର୍ମଚାରୀ ଅଟକ । ଅଧିକ ପଢ଼ନ୍ତୁ
ଅଧକ୍ଷଙ୍କ ନକଲି ସ୍ବାକ୍ଷର ଦେଇ ସୋନପୁର ମହାବିଦ୍ୟାଳୟର ୭୦ ଲକ୍ଷରୁ ଅଧିକ ଟଙ୍କା ଠକେଇ!
ଅଧକ୍ଷଙ୍କ ନକଲି ସ୍ବାକ୍ଷର ଦେଇ ସୋନପୁର ମହାବିଦ୍ୟାଳୟର ୭୦ ଲକ୍ଷରୁ ଅଧିକ ଟଙ୍କା ଠକେଇ!
ସୂଚନା ଅନୁଯାୟୀ ମହାବିଦ୍ୟାଳୟ ଭିତ୍ତିଭୂମୀର ବିକାଶ ପାଇଁ ଆଇଡିପି ବିଶ୍ବବ୍ୟାଙ୍କ ଜରିଆରେ ମିଳିଥିବା ଅନୁଦାନ ସହରର ବ୍ୟାଙ୍କ ଅଫ ବରୋଦାରେ ଜମା କରାଯାଇଥିଲା । ତେବେ ଗତ ୭ ତାରିଖରେ ଏକ ନକଲି ଚେକ ଜରିଆରେ ଟଙ୍କା ଉଠାଯାଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ଗତକାଲି(ଗୁରୁବାର) ପାସବୁକ ଅପଡେଟ କରିବା ସମୟରେ ଠକେଇ ଘଟଣା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା । କଲେଜର ପୂର୍ବତନ ଅଧକ୍ଷଙ୍କ ମୋବାଇଲ ନମ୍ବର ହ୍ୟାକ କରି ଟଙ୍କା ଉଠାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର