ଓଡିଶା

odisha

ETV Bharat / state

ଶୌଚାଳୟରୁ ନାବାଳକ ଉଦ୍ଧାର ଘଟଣା, ଶିଶୁ ସୁରକ୍ଷା କମିଟିକୁ ହେବ ହସ୍ତାନ୍ତର - minor rescued from the toile

ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ ନିକଟ ଶୌଚାଳୟରୁ ଉଦ୍ଧାର ନାବାଳକର ମାଆକୁ ହତ୍ୟା ପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଛି ପିଲାଟି । ଅଧିକ ପଢନ୍ତୁ...

ଶୌଚାଳୟରୁ ନାବାଳକ ଉଦ୍ଧାର ଘଟଣା
ଶୌଚାଳୟରୁ ନାବାଳକ ଉଦ୍ଧାର ଘଟଣା

By

Published : Dec 24, 2020, 1:50 PM IST

Updated : Dec 24, 2020, 3:07 PM IST

ସୁବର୍ଣ୍ଣପୁର: କିଛି ଦିନ ତଳେ ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ ନିକଟ ଶୌଚାଳୟରୁ ଜଣେ ନାବାଳକ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ଏକ ନୂଆ ମୋଡ ଆସିଛି । ନାବାଳକର ମାଆକୁ ହତ୍ୟା କରାଯାଇଛି । ମାଆର ଅନ୍ତିମ କ୍ରିୟାରେ ଯୋଗ ଦେବା ପରେ ତାକୁ ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।

ଶୌଚାଳୟରୁ ନାବାଳକ ଉଦ୍ଧାର ଘଟଣା

ସୂଚନାଅନୁସାରେ, ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ ନିକଟ ଶୌଚାଳୟରୁ ମଧ୍ୟ ରାତ୍ରୀରେ ଜଣେ ନାବାଳକକୁ ଉଦ୍ଧାର କରିଥିଲା ଶିଶୁ ସୁରକ୍ଷା ଅଧିକାରୀ । ଏ ଘଟଣା ଏକ ନୂଆ ମୋଡ ନେଇଛି । ନାବାଳକର ମାଆ ଗୀତାଞ୍ଜଳି ମହାପାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ନାବାଳକର ପ୍ରକୃତ ବାପା ପରିବାର ଛାଡି ଚାଲିଯିବା ପରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ମୃତକ ଗୀତାଞ୍ଜଳି ଓ ତାଙ୍କ ପୁଅ ସହିତ ସୁଲିଆ ଗାଁରେ ରହି ଆସୁଥିଲେ । ଅଚାନକ କୌଣସି କାରଣରୁ ଉକ୍ତ ବ୍ୟକ୍ତି ଓ ଗୀତାଞ୍ଜଳିଙ୍କ ଭିତରେ ଝଗଡା ହେବା ପରେ ନାବାଳକର ଅନୁପସ୍ଥିତିରେ ଗୀତାଞ୍ଜଳିକୁ ବ୍ୟକ୍ତି ଜଣକ ହତ୍ୟାକରି ଖଟ ତଳେ ଲୁଚାଇ ରଖିଥିବା ଜଣାପଡିଛି । ଏହା ପରେ ବାଳକଟିକୁ ବ୍ୟକ୍ତି ଜଣକ ଆଣି ସୁବର୍ଣ୍ଣପୁର ସହରର ବସଷ୍ଟାଣ୍ଡ ନିକଟରେ ଛାଡି ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବାକୁ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ଏହା ପରେ ପୋଲିସ ବାଳକଟିକୁ ଉଦ୍ଧାର କରି ସୋନପୁର ଶିଶୁଭବନରେ ରଖିଥିଲେ । ଗୀତଞ୍ଜଳିଙ୍କ ମୃତ୍ୟୁ ଖବର ପାଇ ପୁଅକୁ ମାଆର ଅନ୍ତିମ ସଂସ୍କାରେ ଯୋଗ ଦେବାକୁ ତାଙ୍କ ଘରକୁ ନିଆଯାଇଥିଲା । ଏପରି ଦୁଃଖଦ ଘଟଣାରେ ପିଲାଟି ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ପିଲାର ମାନସିକ ଅବସ୍ଥାରେ ସୁଧାର ଆସିବା ପରେ ତାକୁ ଜାନୁଆରୀ ପ୍ରଥମ ସପ୍ତାହରେ ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Dec 24, 2020, 3:07 PM IST

ABOUT THE AUTHOR

...view details