ସୁବର୍ଣ୍ଣପୁର: କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସମାୟାନୁବର୍ତ୍ତୀ ହୋଇ ପ୍ରକଳ୍ପଗୁଡିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ଶେଷ ହେବ । ସରକାରୀ ନିୟମ ବିରୁଦ୍ଧରେ କାର୍ଯ୍ୟ କଲେ କର୍ମଚାରୀମାନଙ୍କ ଉପରେ ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମଙ୍ଗଳବାର ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ଲାନିଂ କମିଟି ବୈଠକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କର୍ମଚାରୀଙ୍କୁ ଏଭଳି ତାଗିତ କରିଛନ୍ତି ।
ଅର୍ଥମନ୍ତ୍ରୀଙ୍କ ଚେତାବନୀ, କାର୍ଯ୍ୟରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ - ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ଲାନିଂ କମିଟି ବୈଠକ
ସୁବର୍ଣ୍ଣପୁର ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ଲାନିଂ କମିଟି ବୈଠକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କର୍ମଚାରୀଙ୍କୁ ତାଗିତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ
ଜିଲ୍ଲାର 300 ଗୋଟି ବିଜୁ କେବିକେ ଯୋଜନାର ପ୍ରକଳ୍ପ ଗୁଡ଼ିକ ସମୀକ୍ଷା କରିଛନ୍ତି । ଜିଲ୍ଲାର ବିଜୁଳି, ପାଣି ଓ ସଡ଼କ ପାଇଁ ସରକାର ଦେଇଥିବା ଅନୁଦାନ ଓ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି , ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସହିତ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ