ଓଡିଶା

odisha

ETV Bharat / state

ସମବାୟ ସମିତିରେ ଧାନ ବିକିଲେ ଅର୍ଥମନ୍ତ୍ରୀ - ସମବାୟ ସମିତିରେ ଧାନ ବିକ୍ରି କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ରାମପୁର ସେବା ସମବାୟ ସମିତିରେ ଖରିଫ ଋତୁରେ ନିଜ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବର୍ତ୍ତମାନ ସୁଦ୍ଧା ମୋଟ 200 କ୍ବିଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି ଅର୍ଥମନ୍ତ୍ରୀ ।

Minister Niranjana puja sell paddy
ସମବାୟ ସମିତିରେ ଧାନ ବିକ୍ରି କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

By

Published : Dec 14, 2019, 9:10 PM IST

ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ସେବା ସମବାୟ ସମିତିରେ ଖରିଫ ଋତୁରେ ନିଜ ଉତ୍ପାଦିତ ଧାନ ବିକ୍ରି କରିଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଧାନ ବିକ୍ରି ପାଇଁ 10 ଦିନ ପୂର୍ବରୁ ମନ୍ତ୍ରୀ ଟୋକନ୍‌ ପାଇଁ ଆବେଦନ କରିଥିଲେ ।

ଖରିଫ ଧାନ ବିକ୍ରି କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଖରିଫ ଧାନ ବିକ୍ରି କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ପ୍ରଥମ ପର୍ଯ୍ୟାୟରେ ନିରଞ୍ଜନ ପୂଜାରୀ 100 କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ପାଇଥିବାବେଳେ ଶନିବାର 100 କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି । ନିଜ ଉତ୍ପାଦିତ ଧାନରୁ ମୋଟ 200 କ୍ବିଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି ମନ୍ତ୍ରୀ ନିରଞ୍ଜନ । ତେବେ ଆଗାମୀ ରବି ଋତୁ ଚାଷ ପାଇଁ ସେ ସମବାୟ ସମିତିରୁ ରାସାୟନିକ ସାର ଓ କୀଟନାଶକ ଔଷଧ ପାଇଁ ଋଣ କରିଥିବା ଜଣାପଡିଛି । ସମିତିକୁ ଧାନ ବିକ୍ରି କରିବାକୁ ଯାଇ ଚାଷୀ ମାନଙ୍କ ସହିତ ବିକ୍ରି ସମ୍ବନ୍ଧରେ ଆଲୋଚନା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details