ଓଡିଶା

odisha

National Sports Day 2022, ସୁବର୍ଣ୍ଣପୁରରେ ଆୟୋଜନ ହେବ ମାରାଥନ

By

Published : Aug 27, 2022, 11:07 AM IST

ଆସନ୍ତା 29 ତାରିଖରେ ପାଳନ ହେବ ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ମହାସଂଘ ତରଫରୁ ମହିଳା ଓ ପୁରୁଷ ବର୍ଗର ଦୁଇଟି ମାରାଥନ ଆୟୋଜନ କରାଯିବ । ଅଧିକ ପଢନ୍ତୁ

ଜାତୀୟ କ୍ରୀଡା ଦିବସରେ ମାରାଥନ ଦୌଡ଼
ଜାତୀୟ କ୍ରୀଡା ଦିବସରେ ମାରାଥନ ଦୌଡ଼

ସୁବର୍ଣ୍ଣପୁର: ଆଗାମୀ 29 ତାରିଖରେ ପାଳନ ହେବାକୁ ଯାଉଛି ଜାତୀୟ କ୍ରୀଡା ଦିବସ (National Sports Day) । ଏନେଇ ଜିଲ୍ଲା କ୍ରୀଡା ସଂଘ ତରଫରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । କ୍ରୀଡା ଦିବସ ଅବସରରେ ଜିଲ୍ଲା ତରଫରୁ ଦୁଇଟି ମାରାଥନ ଆୟୋଜନ କରାଯିବ ।

କ୍ରୀଡା ଦିବସ ପାଇଁ ସୁବର୍ଣ୍ଣପୁରରେ ଆୟୋଜନ ହେବ ମିନି ମାରାଥନ । ଏଥିରେ ଦୁଇଟି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଭୟ ମହିଳା ଓ ପୁରୁଷ ବର୍ଗରେ ମାରାଥନ ଦୌଡ ପାଇଁ ରୁଟ ଚାଟ ଘୋଷଣା କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅତିଥି ଭାବେ ଯୋଗଦେଇ ମାରାଥନ ଦୌଡର ଉଦଘାଟନ କରିବେ ବୋଲି କ୍ରୀଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସହରର ମଧ୍ୟ ଭାଗରେ ଥିବା ଗାନ୍ଧୀ ଷ୍ଟାଡିୟମରେ ଉଦଯାପନୀ ସମାରୋହର ଆୟୋଜନ କରାଯିବ । ଉଦଯାପନୀ ସଭାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ।

ଜାତୀୟ କ୍ରୀଡା ଦିବସରେ ମାରାଥନ ଦୌଡ଼

"ଜାତୀୟ କ୍ରୀଡା ଦିବସ ଅବସରରେ ଜିଲ୍ଲା କ୍ରୀଡା ସଂଘ ସୁବର୍ଣ୍ଣପୁର ଏକ ମାରାଥନ ଦୌଡର ଆୟୋଜନ କରିଛି । ଏହି ମାରାଥନ ଦୌଡ ଦୁଇଟି ଗ୍ରୁପରେ ଆୟୋଜନ ହେବ । ଗୋଟିଏ ପୁରୁଷ ଅନ୍ୟଟି ହେଲା ମହିଳା । ପୁରୁଷମାନେ ବଲାଙ୍ଗୀର ଜାତୀୟ ରାଜପଥ ଝିକି ଛକଠାରୁ ଦୌଡ ଆରମ୍ଭ କରି ଗାନ୍ଧୀ ଷ୍ଟାଡିୟମ ସୋନପୁରଠାରେ ସମାପ୍ତ କରିବେ । ଏହାର ରୁଟ ଚାର୍ଟ ହେଲା ଝିକି ଛକ, ହିରୋ ସୋ ରୁମ, ବ୍ଲକ ଛକ, ଆମ୍ବେଦକର ଛକ, କସ୍ତୁରୀ ହୋଟେଲ ଛକ, ଗାର୍ଲସ ହାଇସ୍କୁଲ ଛକ, ପୋଲିସ ଷ୍ଟେସନ, ମୁନ ହୋଟେଲ ଲେଫ୍ଟ ଟର୍ଣ୍ଣ ହୋଇ ଏହି ଦୌଡ କାର୍ଯ୍ୟକ୍ରମ ସମାପ୍ତ ହେବ । ସେହିପରି ମହିଳାମାନଙ୍କର ହିରୋ ସରୁମରୁ ଆରମ୍ଭ ହୋଇ ଗାନ୍ଧୀ ଷ୍ଟାଡିୟମଠାରେ ଶେଷ ହେବ ।" ବୋଲି ଜିଲ୍ଲା କ୍ରୀଡା ସଂଘ କାର୍ଯ୍ୟକର୍ତ୍ତା ଚିତ୍ତରଞ୍ଜନ ତରାସିଆ କହିଛନ୍ତି ।

ସେପଟେ ବିହାରରେ ଆୟୋଜିତ ହେବାକୁ ଥିବା ଆଗାମୀ ଜାତୀୟ କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ଦୁଇଜଣ କ୍ରୀଡାବିତଙ୍କୁ ମଧ୍ୟ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସମ୍ମାନୀତ କରାଯିବ ବୋଲି ଜିଲ୍ଲା କ୍ରୀଡା ସଂଘ ତରଫରୁ ସୂଚନା ଦିଆଯାଇଛି । କୋରୋନା ପାଇଁ ଦୁଇ ବର୍ଷ ପରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଥିବାରୁ ଜିଲ୍ଲାର କ୍ରୀଡାବିତ ଓ କ୍ରୀଡାପ୍ରେମୀମାନଙ୍କ ଭିତରେ ବେଶ ଉତ୍ସାହ ରହିଛି ବୋଲି ଜିଲ୍ଲା କ୍ରୀଡା ସଂଘ ତରଫରୁ କୁହାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details