ସୁବର୍ଣ୍ଣପୁର: ଜିଲ୍ଲା ତରଭା ସହରର ସ୍ବେଚ୍ଛାସେବୀମାନେ କୋରୋନା ଗାଇଡ଼ ଲାଇନ ଅନୁଯାୟୀ ପ୍ରଶାସନ ଆବଶ୍ୟକ ସେବା ଯୋଗାଇ ଦେବାକୁ ତହସିଲଦାରଙ୍କ ପାଖରେ ଦାବି କରିଛନ୍ତି।
ବ୍ଲକର ବିଭିନ୍ନ ସଂଘରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ ମାନେ ଅଳ୍ପ କିଛିଦିନ ରହି ସଙ୍ଘରୋଧ କେନ୍ଦ୍ରରୁ ପଳେଇ ଆସି ବାହାରେ ବୁଲୁ ଥିବାର ଦେଖିବାକୁ ମିଳିଛି । ଏପରିକି ପ୍ରବାସୀ ଶ୍ରମିକ ମାନଙ୍କୁ ତରଭା ଅସ୍ଥାୟୀ ଟ୍ରାନଜିଟ ସେଣ୍ଟରରେ ରଖି ବିଭିନ୍ନ ବ୍ଲକକୁ ପଠାଯିବା ପରେ କେନ୍ଦ୍ରକୁ ସାନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି।