ସୁବର୍ଣ୍ଣପୁର:ଜିଲ୍ଲାର ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆଇଟିଆଇ ବିଦ୍ୟାଳୟ ମହାବିଦ୍ୟାଳୟକୁ କୋଭିଡ କେୟାର କେନ୍ଦ୍ରରେ ପରିଣତ କରାଯାଇଛି । ହେଲେ ଏହି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମିର ଅଭାଵ ରହିଥିବା ଅଭିଯୋଗ ହେଉଛି । ଟେକ୍ନିସିଆନ ଅଭାବରୁ ଏଠାକାର ଆଇସିୟୁ ଓ ଭେଣ୍ଟିଲେଟର ଚାଲୁନାହିଁ ।
ଦ୍ଵିତୀୟ ଲହରରେ ମଣିଷର ଫୁସଫୁସ ସଂକ୍ରମଣ ହେଉଥିବାରୁ ଏହି କେନ୍ଦ୍ରରେ ଥିବା ଏକ୍ସରେ ମେସିନକୁ ବଦଳେଇ ଡିଜିଟାଲ ସ୍ଥାପନ କରିବାକୁ ଦାବି ହୋଇଛି । ପୁଣି ଦୁଇ ଶହ ଶଯ୍ୟା ପାଇଁ ମାତ୍ର 110 ଗୋଟି ଅକ୍ସିଜେନ ସିଲିଣ୍ଡର ଦିଆଯାଇଛି । ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ଆହୁରି 100 ଗୋଟି ସିଲିଣ୍ଡର ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।