ସୁବର୍ଣ୍ଣପୁର: ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସହରର ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଆବାହକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ସହରର ମନମୁଣ୍ଡା ରାସ୍ତା ପାର୍ଶ୍ବରେ ପୌର ପରିଷଦ ପକ୍ଷରୁ ତିଆରି ହେଉଥିବା ଟାଉନ ହଲକୁ କୋଶଳୀ ଭାଷାବିତ ଓ ସାହିତିକ୍ୟ ସତ୍ୟନାରାୟଣ ବିହିଦାରଙ୍କ ନାଁରେ ନାମିତ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
ଟାଉନ ହଲକୁ ସାହିତିକ୍ୟ ସତ୍ୟନାରାୟଣଙ୍କ ନାଁରେ ନାମିତ ପାଇଁ ନିଷ୍ପତ୍ତି - ଟାଉନ ହଲକୁ ସାହିତିକ୍ୟ ସତ୍ୟନାରାୟଣଙ୍କ ନାଁରେ ନାମିତ ପାଇଁ ନିଷ୍ପତ୍ତି
ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସହରର ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ସହରର ମନମୁଣ୍ଡା ରାସ୍ତା ପାର୍ଶ୍ବରେ ପୌର ପରିଷଦ ପକ୍ଷରୁ ତିଆରି ହେଉଥିବା ଟାଉନ ହଲକୁ କୋଶଳୀ ଭାଷାବିତ ଓ ସାହିତିକ୍ୟ ସତ୍ୟନାରାୟଣ ବିହିଦାରଙ୍କ ନାଁରେ ନାମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଧିକ ପଢନ୍ତୁ...
ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବୈଠକ, ଟାଉନ ହଲକୁ ସାହିତିକ୍ୟ ସତ୍ୟନାରାୟଣଙ୍କ ନାଁରେ ନାମିତ ପାଇଁ ନିଷ୍ପତ୍ତି
ସେହିପରି ପଶ୍ଚିମାଞ୍ଚଳ ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ ବ୍ୟାପକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲ । ଭାଷା ଆନ୍ଦୋଳନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଅନ୍ୟାନ୍ୟ ଅନୁଷ୍ଠାନ ସହିତ ମିଳିମିଶି କାର୍ଯ୍ୟ କରିବା ପାଇଁ ବରିଷ୍ଠ ଆଇନଜୀବି ଗୌରୀଶ୍ୟାମ ପଣ୍ଡା ଦେଇଥିବା ପ୍ରସ୍ତାବକୁ ଗୃହୀତ କରାଯାଇଥିଲା । ତେବେ କୋଭିଡ ମହାମାରୀ ପାଇଁ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିବା ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ