ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ହସ୍ପିଟାଲରେ ଫେଲ ମାରିଛି ମେଡ଼ିକାଲ ୱେଷ୍ଟ ପରିଚାଳନା - ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଚିକିତ୍ସାଳୟର ଉତ୍ତର ପାର୍ଶ୍ବରେ ଥିବା ଫାଟକ ଆଗରେ ପଡି ରହିଛି କୁଢ କୁଢ ଅଳିଆ ଆବର୍ଜନା । ଅଧିକ ପଢନ୍ତୁ...

ଫେଲ ମାରିଛି ମେଡ଼ିକାଲ ୱେଷ୍ଟ ପରିଚାଳନା
ଫେଲ ମାରିଛି ମେଡ଼ିକାଲ ୱେଷ୍ଟ ପରିଚାଳନା

By

Published : Nov 14, 2021, 5:42 PM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଚିକିତ୍ସାଳୟର ଉତ୍ତର ପାର୍ଶ୍ବରେ ଥିବା ଫାଟକ ଆଗରେ କୁଢ କୁଢ ଆବର୍ଜନା ପଡିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ରୋଗୀମାନଙ୍କ ପାଇଁ ବ୍ୟବହାର ହେଉଥିବା ଔଷଧ, ସାଲାଇନ, ସିରିଞ୍ଜ, ଗଜକନା ଆଦି ଆବର୍ଜନା ଦୀର୍ଘ ଦିନ ଯାଏଁ ମେଡିକାଲ ପରିସରରେ ପଡିରହୁଛି । ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହି ଆବର୍ଜନାକୁ ପରିଚାଳନା କରିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି । ଚିକିତ୍ସାଳୟ ଭିତରେ ପରିଷ୍କାର ପରିଛନ୍ନ କରାଯାଉଥିବା ବେଳେ ଚିକିତ୍ସାଳୟ ବାହାର ପରିସରରେ ଦୀର୍ଘ ଦିନ ଧରି ଆବର୍ଜନା ପଡି ରହୁଥିବାରୁ ତାହା ପରିବେଶ ପ୍ରଦୂଷିତ କରୁଛି, ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସ‌ନ୍ତୋଷ ଦେଖାଦେଉଛି।

ଫେଲ ମାରିଛି ମେଡ଼ିକାଲ ୱେଷ୍ଟ ପରିଚାଳନା

ତେବେ ଚିକିତ୍ସାଳୟ ଭିତରେ ଘରୋଇ ଠିକାଦାର ପରିଷ୍କାର ପରିଛନ୍ନ କରୁଛନ୍ତି । ତେଣୁ ଚିକିତ୍ସାଳୟ ବାହାର ପରିଷ୍କାର ପରିଛନ୍ନ କରି ଆବର୍ଜନା ପରିଚାଳନା କରିବା ଦାୟିତ୍ବ ମଧ୍ୟ ଘରୋଇ ଠିକାଦାରକୁ ଦେବା ପାଇଁ ଦାବି ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ଆବର୍ଜନା ପରିଚାଳନା ପାଇଁ ଅନେକବାର ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲେ ବି ତାହା ଏଯାବତ କାର୍ଯ୍ୟକାରୀ କରାଯାଉ ନାହିଁ । ଫଳରେ ଲୋକେ ମେଡିକାଲ ୱେଷ୍ଟ ଓ ଆବର୍ଜନାରେ ଭରପୁର ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details