ଓଡିଶା

odisha

ETV Bharat / state

ସରକାରୀ ବାବୁଙ୍କ ପକେଟରେ 23 ଲକ୍ଷରୁ ଊର୍ଦ୍ଧ୍ବ ଭତ୍ତା ଟଙ୍କା - ସରକାରୀ ସହାୟତା ବାଟମାରଣା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ହୋଇଛି ମହାଦୁର୍ନୀତି । ଭତ୍ତା ଟଙ୍କାର ମହାକେଳେଙ୍କାରୀର ଏହି ଦସ୍ତାବିଜ ଲାଗିଛି ‘ଇଟିଭି ଭାରତ’ ହାତରେ । ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ମିଳିଥିବା ସରକାରୀ ସହାୟତା ବାଟମାରଣା ହୋଇଛି । ହିତାଧିକାରୀଙ୍କ ପାଇଁ ସରକାର ପ୍ରଦାନ କରିଥିବା ଟଙ୍କା ଭିତରୁ 23 ଲକ୍ଷ 5 ହଜାର 200 ଟଙ୍କା ସରକାରୀ ବାବୁମାନେ ଚଳୁ କରିଥିବା ଆରଟିଆଇ ରିପୋର୍ଟ କହୁଛି ।

ଡିଜାଇନ ଫଟୋ

By

Published : Aug 7, 2019, 12:07 AM IST

ସୁବର୍ଣ୍ଣପୁର: ସରକାର ସାମାଜିକ ସୁରକ୍ଷା ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଏହି ଯୋଜନାରେ ତୃଣମୂଳ ସ୍ତରରେ ବ୍ୟାପକ ଦୁର୍ନୀତି ହେଉଛି । ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଓ ବିଧବାମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ପ୍ରଦାନ କରୁଥିବା ଆର୍ଥିକ ସହାୟତା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ବଦଳରେ ସରକାରୀ ବାବୁମାନଙ୍କ ପକେଟକୁ ଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ହୋଇଥିବା ଏପରି ଏକ ଦୁର୍ନୀତିର ଦସ୍ତାବିଜ ଲାଗିଛି ‘ଇଟିଭି ଭାରତ’ ହାତରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପ୍ରକାଶ ଯେ, ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ମିଳିଥିବା ସରକାରୀ ସହାୟତା ବାଟମାରଣା ହୋଇଛି । ହିତାଧିକାରୀଙ୍କ ପାଇଁ ସରକାର ପ୍ରଦାନ କରିଥିବା ଟଙ୍କା ଭିତରୁ 23 ଲକ୍ଷ 5 ହଜାର 200 ଟଙ୍କା ସରକାରୀ ବାବୁମାନେ ଖାଇ ଯାଇଛନ୍ତି । ଏକଥା ଆମେ କହୁ ନାହୁଁ । ଏହି ମହାଖୁଲାସା କରିଛି ଆରଟିଆଇ ରିପୋର୍ଟ । ଷ୍ଟେଟ୍ ଲୋକାଲ୍ ଫଣ୍ଡ ଅଡିଟରୁ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । 5 ବର୍ଷ ଭିତରେ 29 ଜଣ ସରକାରୀ ବାବୁମାନେ ବାଟମାରଣା କରିଛନ୍ତି 23 ଲକ୍ଷ 5 ହଜାର 200 ଟଙ୍କା । ତେବେ ଉପରୋକ୍ତ ଅର୍ଥ ସେମାନଙ୍କ ଠୁ ଆଦାୟ ପାଇଁ 2016-17 ବର୍ଷର 23 ଏପ୍ରିଲ 2018 ଅଡିଟ ରିପୋର୍ଟରେ ହୋଇଛି ଉଲ୍ଲେଖ । ଏପଟେ ଅନେକ ସରକାରୀ ବାବୁ ଅବସର ନେଇ ସାରିଥିବା ବେଳେ ଅନ୍ୟମାନଙ୍କ ବଦଳି ବି ହୋଇଛି । ହେଲେ ଏହି ଅର୍ଥ ଆଦାୟ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।

ତେବେ 2012-13 ଆର୍ଥିକ ବର୍ଷ ପୂର୍ବରୁ 2 କୋଟି 86 ଲକ୍ଷ 47 ହଜାର 400 ଟଙ୍କା, 2013-14 ପାଇଁ 1 କୋଟି 61 ଲକ୍ଷ, 94 ହଜାର 500 , 2014-15 ପାଇଁ 83 ଲକ୍ଷ 34 ହଜାର 600 , 2015-16 ପାଇଁ 12 ଲକ୍ଷ 86 ହଜାର 800 ଓ 2016-17 ପାଇଁ 51 ଲକ୍ଷ 7 ହଜାର ଟଙ୍କା ଅଗ୍ରୀମ ଭାବେ ସରକାରୀ ବାବୁ ମାନଙ୍କୁ ବାଣ୍ଟିବା ପାଇଁ ଦିଆ ଯାଇଥିଲା । ହେଲେ ମୋଟ 5 କୋଟି 95 ଲକ୍ଷ 70 ହଜାର 300 ଟଙ୍କାରୁ 23 ଲକ୍ଷ 5 ହଜାର 200 ଟଙ୍କା ସରକାରୀ ବାବୁ ଖାଇ ଯାଇଛନ୍ତି । ଅନୁପସ୍ଥିତ ଓ ମୃତ ହିତାଧିକାରୀଙ୍କ ଏହି ସହାୟତା ରାଶି ବାଟମାରଣା ହୋଇଛି ।


ଏପଟେ କେହି ହିତାଧିକାରୀ ଭତ୍ତା ପାଇ ନଥିବା ନେଇ ଅଭିଯୋଗ କରିନଥିବା କହିଛନ୍ତି ଜିଲ୍ଲାପାଳ ।
2009ରୁ ପ୍ରତିବର୍ଷ ସରକାରୀ ବାବୁମାନେ ଭତ୍ତା ବାଣ୍ଟିବା ପାଇଁ ନେଉଥିବା ଅଗ୍ରୀମ ଟଙ୍କା ଫେରସ୍ତ କରିବା କଥା । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ହିତାଧୀକାରୀଙ୍କ ଟଙ୍କା ଖାଉଛନ୍ତି ଅଫିସର । ତେବେ ଦେଖିବାକୁ ବାକି ରହିଲା ଏ ନେଇ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details