ଓଡିଶା

odisha

ETV Bharat / state

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା - ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟକୁ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଦାବିରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା
ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

By

Published : Oct 14, 2022, 6:00 PM IST

ସୁବର୍ଣ୍ଣପୁର:ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟକୁ 2024 ସୁଦ୍ଧା ସମ୍ପୂର୍ଣ୍ଣ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ, ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରାଯାଇଥିଲା । ତେବେ ଏନେଇ ସଂଘର୍ଷ ସମିତି ପକ୍ଷରୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ତ୍ବରାନ୍ବିତ ଦାବିରେ ଗଣଧାରଣା

ଉଭୟ ସରକାରଙ୍କ କାଦୁଅ ଫିଙ୍ଗା ରାଜନୀତି ଭିତରେ ଏହି ଅନୁନ୍ନତ ଅଞ୍ଚଳର ଜନସାଧାରଣ ବିକାଶଠାରୁ ବହୂ ଦୁରରେ ରହିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ହେଲେ ରେଳପଥର କାର୍ଯ୍ୟକୁ ଦେଖିଲେ ଉଭୟ ସରକାର ବିକାଶର ନାରା ଦେଇ ଅନୁନ୍ନତ ଅଞ୍ଚଳର ଗମନାଗମନ ଓ ଅର୍ଥନୈତିକ ବିକାଶ ଦିଗରେ ଧ୍ୟାନ ଦେଉ ନ ଥିବା ସଂଘର୍ଷ ସମିତି ଅଭିଯୋଗ କରିଛି । 2024 ଶେଷ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେଲେ ଦୁର୍ବାର ଆନ୍ଦୋଳନ କରାଯିବ ଓ ଏଥିପାଇଁ ଉଭୟ ସରକାର ଦାୟୀ ରହିବେ ବୋଲି ସଂଘର୍ଷ ସମିତି ଚେତାବନୀ ଦେଇଛି ।

ଏହି ଧାରଣା ବାବଦରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ କମିଟି ଆବାହକ କହିଛନ୍ତି "ବଲାଙ୍ଗୀର ରେଳପଥ ସଂଘର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ କମିଟି ତରଫରୁ ଗଣଧାରଣା ଦେଉଛୁ । ଗଣ ଧାରଣା ଦେବାର କାରଣ ଏହା କି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜେ କହିଥିଲେ ଏହି ରେଳପଥ ଏହି ଅଞ୍ଚଳପାଇଁ ହୃଦୟରେଖା । ସରକାରଙ୍କ ତରଫରୁ କୁହାଯାଇଥିଲା କି, ଏଭଳି ଅନୁନ୍ନତ ଅଞ୍ଚଳକୁ ମୁଖ୍ୟ ସ୍ତ୍ରୋତରେ ସାମିଲ କରିବା ପାଇଁ ଏହି ପ୍ରକଳ୍ପ ନିତାନ୍ତ ଆବଶ୍ୟକ ।

ଯେତେ ଶୀଘ୍ର ହେବ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ସରକାର କହିଥିଲେ । ବଜେଟ ଅନୁମୋଦନ ସରିଗଲା । ହେଲେ ଏବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ତେବେ ଏନେଇ ଯଦି କେହି ଅଧିକ ଅସୁବିଧା ଭୋଗୁଛନ୍ତି ସେ ହେଉଛନ୍ତି ଏଅଞ୍ଚଳର ଜନ ସାଧାରଣ । ତେବେ ଆଗାମୀ ଦିନରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଯଦି ତ୍ବରାନ୍ବିତ ନକରାଯିବ ୨୦୨୪ ସୁଦ୍ଧା ଯଦି ଏହି ପ୍ରକଳ୍ପର କାମ ଶେଷ ନହେବ ତାହେଲେ ଆନ୍ଦୋଳନକୁ ଜୋରଦାର କରିବୁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details