ସୁବର୍ଣ୍ଣପୁର: ଥାନା ପରିସରରେ ହେଲା ପ୍ରେମୀ ଯୁଗଳଙ୍କ ବାହାଘର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ପୋଲିସର ଉପସ୍ଥିତିରେ ପ୍ରେମୀଯୁଗଳ ପରସ୍ପରକୁ ବରଣମାଳ ଦେଇ ବିବାହ କରିଛନ୍ତି । ଚୁପକାଦାଦର ଗାଁର ଧୋବା ପ୍ରଧାନଙ୍କ ପୁଅ ସୁରୁବାବୁ ସେହି ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ଝିଅ ମଞ୍ଜୁଲତାଙ୍କୁ ଦିର୍ଘ ଦିନ ହେଲା ଭଲ ପାଉଥିଲେ । ହେଲେ ବିବାହ ପ୍ରସ୍ତାବରେ ଉଭୟ ପରିବାର ଅରାଜି ହେଉଥିଲେ । ପରେ ପ୍ରେମୀ ଯୁଗଳ ଘର ଛାଡି ପଳାଇବାରୁ ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା ।
ଥାନାରେ ପଡ଼ିଲା ହାତଗଣ୍ଠି - ଥାନା ପରିସରରେ ବାହାଘର
ଥାନା ପରିସରରେ ହେଲା ପ୍ରେମୀ ଯୁଗଳଙ୍କ ବାହାଘର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ପୋଲିସର ଉପସ୍ଥିତିରେ ପ୍ରେମୀଯୁଗଳ ପରସ୍ପରକୁ ବରଣମାଳ ଦେଇ ବିବାହ କରିଛନ୍ତି । ଅଧିକ ପଢନ୍ତୁ...

ଥାନାରେ ପଡ଼ିଲା ହାତଗଣ୍ଠି
ଥାନାରେ ପଡ଼ିଲା ହାତଗଣ୍ଠି
ସୁବଳୟା ପୋଲିସ ତଦନ୍ତ କରି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବା ସହ ସୁବଳୟା ଥାନାରେ ବାହାଘର କରାଇଛି । ଏହି ବାହାଘର ସମୟରେ ଉଭୟ ପରିବାର ସଦସ୍ୟଙ୍କ ସହ, ସ୍ଥାନୀୟ ସମାଜସେବୀ, ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ