ଓଡିଶା

odisha

ETV Bharat / state

ଜଳଯୋଗାଣ ବିଭାଗର ବେପାରୁଆ ମନୋଭାବ, ପାଣିଟାଙ୍କିରେ ପଡି ଯାଉଛି ଅନେକ ଜୀବନ

ଦୁଇ ଷଣ୍ଢ ଲଢେଇ ମଧ୍ୟରେ ଗୋଟିଏ ଷଣ୍ଢ ଖସିପଡିଲା ଏକ ସିମେଣ୍ଟ ଟାଙ୍କିରେ । ସହରାଞ୍ଚଳ ଜଳ ଯୋଗାଣ ବିଭାଗ ପକ୍ଷରୁ ତିଆରି ପାଇପ ଲାଇନରେ ଖସିପଡିଲା ଷଣ୍ଡଟି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ସହରର ପ୍ରେସ କଲୋନୀ ପ୍ରବେଶ ରାସ୍ତାରେ ।

By

Published : Aug 27, 2020, 11:00 PM IST

ଜଳଯୋଗାଣ ବିଭାଗର ବେପାରୁଆ ମନୋଭାବ ପାଇଁ ପାଣି ଟାଙ୍କିରେ ପଡି ଯାଉଛି ଅନେକ ଜୀବନ
ଜଳଯୋଗାଣ ବିଭାଗର ବେପାରୁଆ ମନୋଭାବ ପାଇଁ ପାଣି ଟାଙ୍କିରେ ପଡି ଯାଉଛି ଅନେକ ଜୀବନ

ସୁବର୍ଣ୍ଣପୁର: ଦୁଇ ଷଣ୍ଢ ଲଢେଇ ମଧ୍ୟରେ ଗୋଟିଏ ଷଣ୍ଢ ଖସିପଡିଲା ଏକ ସିମେଣ୍ଟ ଟାଙ୍କିରେ । ସହରାଞ୍ଚଳ ଜଳ ଯୋଗାଣ ବିଭାଗ ପକ୍ଷରୁ ତିଆରି ପାଇପ ଲାଇନରେ ଏଭଳି ଘଟଣା ଘଟିଛି । ପ୍ରାୟ 4 ଫୁଟ ତଳେ ଥିବା ଲୁହା ପାଇପ ତଳେ ଷଣ୍ଢର ଗୋଟିଏ ଗୋଡ଼ ଫସିଯାଇଥିଲା । ସ୍ବେଚ୍ଛାସେବୀମାନେ ଷଣ୍ଢକୁ ବାହର କରିବା ପାଇଁ ଫେଲ ମାରିବା ପରେ ଦମକଳ ବାହିନୀକୁ ଖବର ଦିଆଗଲା ।

ଜଳଯୋଗାଣ ବିଭାଗର ବେପାରୁଆ ମନୋଭାବ ପାଇଁ ପାଣି ଟାଙ୍କିରେ ପଡି ଯାଉଛି ଅନେକ ଜୀବନ

ଅନେକ ବିଳମ୍ବ ପରେ ଘଟଣାସ୍ଥଳକୁ ପହଞ୍ଚି ଥିଲା ଦମକଳ ବାହିନୀ । ଷଣ୍ଢକୁ ସେଠାରୁ ବାହାରକୁ ଆଣିବାକୁ ଚେଷ୍ଟା କରାଗଲା । ଷଣ୍ଢଟି ଅନେକ ଚିତ୍କାର କରିବା ପରେ ହାଲିଆ ହୋଇ ପଡ଼ିଥିଲା । ଷଣ୍ଢଟି ଖାଲରେ ପଡି ଉଠି ନ ପାରି ଯେତିକି କଷ୍ଟ ପାଇଛି ଷଣ୍ଢକୁ ଖାଲରୁ ବାହାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ସେତିକି କଷ୍ଟ କରିଛନ୍ତି ।

ତେବେ ଜଳ ଯୋଗାଣ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ଏପରି ଘଟଣାରେ ଅନେକ ଜୀବନ ନଷ୍ଟ ହେଉଛି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ସହରର ପ୍ରେସ କଲୋନୀ ପ୍ରବେଶ ରାସ୍ତାରେ । ପୂର୍ବରୁ ଏହି ସିମେଣ୍ଟ ଟାଙ୍କି ଉପରେ ଢ଼ାଙ୍କୁଣୀ ଦେବାକୁ ଜଳ ଯୋଗାଣ ବିଭାଗ ପାଖରେ ସାମ୍ବାଦିକ ମାନେ ଦାବି କରିଥିଲେ । ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ଏପରି ଏକ ହୃଦୟ ବିଦାରକ ଘଟଣାର ସମ୍ବୁଖୀନ ହେବାକୁ ପଡିଛି । କଲୋନୀବାସୀ ଜଳ ଯୋଗାଣର ବେପରୁଆ ମନୋଭାବକୁ ନିନ୍ଦା କରିବା ସହିତ ତୁରନ୍ତ ସହରରେ ଥିବା ଏପରି ପାଣି ଟାଙ୍କି ଗୁଡିକରେ ଢ଼ାଙ୍କୁଣୀ ଦେବେ ବୋଲି ଆଶା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details