ସୁବର୍ଣ୍ଣପୁର: ମଣ୍ତି ଖୋଲି ନଥିବାରୁ ଫସଲ ବିକ୍ରି କରିବା ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଯାଏଁ 29 ଗୋଟି ଧାନ କ୍ରୟ କେନ୍ଦ୍ର ଖୋଲି ନାହିଁ। ଫଳରେ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଗତ 20ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ କୃଷି ସମବାୟ ସମିତି ଓ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ 114ଟି କ୍ରୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି ହୋଇଥିଲା
ଚିନ୍ତାରେ ଚାଷୀ, ଏବେ ବି ଖୋଲିନି 29ଟି ମଣ୍ତି - mandi problem in subarnapur
ଚିନ୍ତାରେ ସୁବର୍ଣ୍ଣପୁର ଚାଷୀ । ମଣ୍ତି ଖୋଲି ନଥିବାରୁ ଫସଲ ବିକ୍ରି କରିବା ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । 29ଟି ମଣ୍ତି ଖୋଲାଯାଇ ନଥିବା ଅଭିଯୋଗ । ଅଧିକ ପଢନ୍ତୁ...
ଚିନ୍ତାରେ ଚାଷୀ, ଫସୁବର୍ଣ୍ଣପୁରରେ ଏବେବି ଖୋଲିନି 29ଟି ମଣ୍ତି
ହେଲେ ଆଜକୁ 20 ଦିନରୁ ଅଧିକ ବିତିଯାଇଥିଲେ ବି 29 ଗୋଟି ମଣ୍ତି ଖୋଲା ଯାଇନାହିଁ। ତେବେ ଏଯାଏଁ 54 ଗୋଟି କୃଷି ସମବାୟ ସମିତି ଓ 31ଟି ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ ଚାଲିଛି। ଏଯାଏଁ ପଞ୍ଜିକୃତ 53 ହଜାର 928 ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର 6 ହଜାର 835 ଜଣ ଚାଷୀଙ୍କର ଧାନ ସଂଗ୍ରହ ହୋଇଛି। ପ୍ରାୟ 5 ଲକ୍ଷ 50 ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଖୁବଶୀଘ୍ର 29 ଗୋଟି ମଣ୍ତି ଖୋଲାଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୂଚନା ଦେଇଛନ୍ତି।
ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା ,ଇଟିଭି ଭାରତ