ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ, ଦୁର୍ଦ୍ଦିନରେ ଚାଷୀକୂଳ - millers

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁରେ ଉତ୍ପାଦିତ ଧାନ ମଣ୍ଡିରୁ ଉଠିବାରେ ବିଳମ୍ବ ହୋଇଛି । ଏଥିପାଇଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jun 15, 2019, 6:21 PM IST


ସୁବର୍ଣ୍ଣପୁର: ଜିଲ୍ଲାରେ ରବି ଋତୁରେ ଉତ୍ପାଦିତ ଧାନର ବିକ୍ରୟ ପାଇଁ ସମସ୍ୟା ଉପୁଜିଛି । ମଣ୍ଡି ଖୋଲା ଥିଲେ ମଧ୍ୟ ମିଲର୍ସମାନେ ଧାନ ଉଠାଉ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଏପରିକି ଅନେକ ମଣ୍ଡିରେ ଧାନବସ୍ତାଗୁଡିକ ଖୋଲା ଆକାଶ ତଳେ ପଡିରହିଛି । ଏପରି ସ୍ଥିତିରେ ମଣ୍ଡିଗୁଡିକରୁ ତୁରନ୍ତ ଧାନ ଉଠାଇବାକୁ ଜିଲ୍ଲାପାଳ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିକଟରେ ଚାଷୀମାନେ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଓ କୋଟ ସମଲାଇ ମଣ୍ଡିରେ ଧାନ ବସ୍ତା ଗୁଡିକ ଖୋଲାରେ ପଡି ରହିଛି । ସାତ ଦିନରୁ ଉର୍ଦ୍ଧ୍ବ ସମୟ ଧରି ମଣ୍ଡିରେ ପଡି ରହିଛି । ଚାଷୀମାନେ ଟୋକନ ପାଇବା ପରେ ଧାନ ନେଇ ମଣ୍ଡିରେ ପହଞ୍ଚିଥିଲେ । ହେଲେ ମିଲର୍ସ ଆସୁ ନ ଥିବାରୁ ଉଭୟ ଚାଷୀ ଓ ଧାନ ମଣ୍ଡିରେ ପଡିରହିଛନ୍ତି ।

ବର୍ଷା ହେଲେ ଧାନ ନଷ୍ଟ ହେବାର ସମ୍ଭାବନା ଦେଖାଯାଇଛି । ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ । ଫଳରେ ଏବେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଅପରପକ୍ଷରେ ମଣ୍ଡିମାନଙ୍କରେ ଟୋକନ ନ ଥିବା ଲୋକମାନେ ଧାନ ପକାଇ ଦେଉଥିବାରୁ ଏପରି ସ୍ଥିତି ଉପୁଜିଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରା କହିଛନ୍ତି । ଯଥା ଶୀଘ୍ର ଧାନ ଉଠାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details