ସୁବର୍ଣ୍ଣପୁର: ଗତ ଦୁଇ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଫଳରେ ଥିବା ଧାନ ବର୍ଷାରେ ଭିଜୁଛି । ଜିଲ୍ଲାର ଧର୍ମଶାଳା ମଣ୍ଡିରେ ଚାଷୀ ତାର ବର୍ଷକର ଉତ୍ପାଦନକୁ ବିକ୍ରି କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି ।
ଏହି ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିଛି । ଅନେକ ଚାଷୀ ଏଯାଏଁ ଧାନ ବିକ୍ରି କରିବାକୁ ଟୋକନ ପାଇ ନାହାଁନ୍ତି । କିଛି ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଆସିଥିବା ଟୋକନ ସମୟ ସୀମା ଅବଧି ଶେଷ ହୋଇଥିବାବେଳେ ଆଉ ଟୋକନ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।
କିଛି ଚାଷୀ ମଣ୍ଡି ଆରମ୍ଭରୁ ଟୋକନ ପାଇ ଧାନ ବିକ୍ରି କରି ପାରି ନ ଥିବାରୁ ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ଟୋକନ ଥାଇ ମଧ୍ୟ ମିଲର ନ ଆସିବାରୁ ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନି । ଫଳରେ ଧାନ ବିକ୍ରି ନ ହୋଇ ପଡି ରହି ଦିନରାତି ଚାଷୀ ଜଗି ରହୁଥିବା ଅଭିଯୋଗ କରିଛନ୍ତି ।