ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୋଇପାଲି ଗାଁର ନିଖୋଜ ଗୌତମ ଭୋଇଙ୍କ ପତ୍ତା ମିଳୁନାହିଁ । ତେବେ ଗୌତମ ଗାଁର ବୀରସିଂ ଭୋଇଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟେ ଆହତ ହୋଇଥିବା ଖବର ମିଳିଥିଲା ।
ଅନ୍ୟପଟେ ଆହତ ବୀରସିଂଙ୍କ ପରିବାର ଲୋକେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗୌତମଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ ।
ଏପଟେ ଗୌତମଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ପ୍ରାୟ 18 ଦିନ ହେଲା ଗୌତମଙ୍କ କୌଣସି ଖବର ମିଳିନାହିଁ । ପରିବାର ଲୋକେ ବାରମ୍ବାର ଥାନକୁ ଧାଉଁଛନ୍ତି । ହେଲେ ପୋଲିସ ତଦନ୍ତ କରୁଥିଲେ ବି ଗୌତମ ମୃତ ନା ଜୀବିତ ସେ ସଂପର୍କରେ କୌଣସି ଠୋସ ତଥ୍ୟ ଦେଇ ପାରୁ ନାହିଁ ।