ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମଲ୍ଲିକ ମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଟ ନାହିଁତ କାମ ନାହିଁ ବୋଲି କହୁଥିବା କେନ୍ଦୁମୁଣ୍ଡା ଗାଁର ୱାର୍ଡ ମେମ୍ବର ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ କରାଯାଉ ନାହିଁ । ପାଣିର ଅଭାବ ଥିବାରୁ ନଳକୂପ, ପକ୍କା ରାସ୍ତା, ଡ୍ରେନ ଆଦି କାର୍ଯ୍ୟ ଠପ ହୋଇପଡିଛି । ଏପରିକି ଗାଁର ଅଧିକାଂଶ ଗରିବ ପରିବାର ସରକାରୀ ଘର ଖଣ୍ଡିଏରୁ ବଞ୍ଚିତ ହେଉଛନ୍ତି ।
ହିତାଧିକାରୀମାନେ ବାରମ୍ବାର ଘର ପାଇଁ ଦରଖାସ୍ତ କରୁଥିଲେ ହେଁ ବିଜୁ ପକ୍କାଘର ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି । ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ବ୍ୟକ୍ତିଙ୍କୁ ସରକାରୀ ବାସଗୃହ ଯୋଜନାରେ ସାମିଲ କରାଯାଉଥିବା ୱାର୍ଡ ସଭ୍ୟା କୁନ୍ତି ମଟାରି ଅଭିଯୋଗ କରିଛନ୍ତି ।