ଓଡିଶା

odisha

ETV Bharat / state

ହୁତୁ ହୁତୁ ହୋଇ ଜଳିଗଲା ବାଇକ ଶୋ ରୁମ, ୨୦ ବାଇକ ଭସ୍ମୀଭୂତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଥିବା ସତ୍ୟନାରାୟଣ ମୋଟର୍ସର ବ୍ୟାଟେରୀ ବାଇକ ଶୋ'ରୁମରେ ଅଗ୍ନିକାଣ୍ଡ ଶୋ'ରୁମ ଭିତରେ ଥିବା ୨୧ଟି ବାଇକ ଭିତରୁ ୨୦ଟି ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଛି (major fire breaks out in bike showroom) । ଅଧିକ ପଢନ୍ତୁ

By

Published : Jan 6, 2022, 2:10 PM IST

ହୁ ହୁ ଜଳିଗଲା ବାଇକ ଶୋ ରୁମରେ
ହୁ ହୁ ଜଳିଗଲା ବାଇକ ଶୋ ରୁମରେ

ସୁବର୍ଣ୍ଣପୁର: ଜଳିଗଲା ବ୍ୟାଟେରୀ ବାଇକ ସୋରୁମ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ଥିବା ସତ୍ୟନାରାୟଣ ମୋଟର୍ସର ବ୍ୟାଟେରୀ ବାଇକ ଶୋ'ରୁମରେ ଅଗ୍ନିକାଣ୍ଡ ଶୋ'ରୁମ ଭିତରେ ଥିବା ୨୧ଟି ବାଇକ ଭିତରୁ ୨୦ଟି ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଛି (major fire breaks out in bike showroom)। ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି ।

ହୁ ହୁ ଜଳିଗଲା ବାଇକ ଶୋ ରୁମରେ

ନିଆଁ ଲାଗିଥିବା ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ସବୁଦିନ ପରି ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଶୋ'ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖି କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ମାଲିକଙ୍କୁ ଖବର ଦେଇଥିଲେ ।

ମାଲିକ ସଟର ଖୋଲିବା ବେଳକୁ ଦୋକାନ ସାରା ନିଆଁ ମାଡି ଯାଇଥିଲା । ମୋଟ ୨୧ଟି ବାଇକରୁ କେବଳ ଗୋଟିଏ ବାଇକ ବାହାର କରାଯାଇ ପାରିଥିଲା । ନିଆଁର ପ୍ରକୋପ ଯୋଗୁଁ ଆଉ କିଛି ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details