ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ନିରାଡ଼ମ୍ବର ମହାଶିବରାତ୍ରୀ - Mahashivratri latest news

ଆଜି ମହାଶିବରାତ୍ରୀ। ଅଷ୍ଟଶମ୍ଭୁର ସହରରେ ପାଳିତ ହେବ ଜାଗର ଯାତ୍ରା। ତେବେ କୋଭିଡ କଟକଣା ଯୋଗୁଁ କେବଳ ନିତିକାନ୍ତି ପାଳନ କରିବାକୁ ଦେବୋତ୍ତର କମିଟି ଓ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି।

ସୁବର୍ଣ୍ଣପୁରରେ  ନିରାଡ଼ମ୍ବର ଭାବେ ମହାଶିବରାତ୍ରୀ ପାଳନ
ସୁବର୍ଣ୍ଣପୁରରେ ନିରାଡ଼ମ୍ବର ଭାବେ ମହାଶିବରାତ୍ରୀ ପାଳନ

By

Published : Mar 11, 2021, 10:18 AM IST

ସୁବର୍ଣ୍ଣପୁର: ଆଜି ମହାଶିବରାତ୍ରୀ। ଅଷ୍ଟଶମ୍ଭୁର ସହରରେ ପାଳିତ ହେବ ଜାଗର ଯାତ୍ରା। ତେବେ କୋଭିଡ କଟକଣା ଯୋଗୁଁ କେବଳ ନିତିକାନ୍ତି ପାଳନ କରିବାକୁ ଦେବୋତ୍ତର କମିଟି ଓ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି।

ସୁବର୍ଣ୍ଣପୁରରେ ନିରାଡ଼ମ୍ବର ଭାବେ ମହାଶିବରାତ୍ରୀ ପାଳନ
ସୁବର୍ଣ୍ଣପୁରରେ ନିରାଡ଼ମ୍ବର ଭାବେ ମହାଶିବରାତ୍ରୀ ପାଳନ

ସହରର ରାମେଶ୍ବର ,ସୁବର୍ଣ୍ଣମେରୁ, ଲୋକନାଥ ଆଦି ଅଷ୍ଟ ଶମ୍ଭୁଙ୍କ ପୀଠରେ ଅତି ନିରାଡ଼ମ୍ବର ଭାବେ ମହାଶିବରାତ୍ରୀ ପର୍ଵ ପାଳନ କରାଯିବାକୁ ଥିବାବେଳେ କୋଭିଡ ନିୟମ ପାଳନ କରିବା ପାଇଁ ଦେବୋତ୍ତର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଅନୁରୋଧ କରାଯାଇଛି। ତେବେ ଏଥର ଶୈବ ପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା ଓ ସାନିଟାଇଜର ବ୍ୟବହାର ପାଇଁ ବେଶ ଗୁରୁତ୍ବ ଦିଆଯାଇଛି। ସେବାୟତମାନେ ପାରମ୍ପରିକ ରୀତିନୀତିରେ ଏହି ପର୍ଵ ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ସବୁ ପ୍ରକାର ବ୍ୟବସ୍ଥା କରିଛି। କିଛିଦିନ ତଳେ ସହରର ରାମେଶ୍ବର ପୀଠ କୋଭିଡ ନିୟମ ଭଙ୍ଗ କରିବା ଯୋଗୁଁ ସିଲ ଥିବା ବେଳେ ଆଜି ଜାଗର ଯାତ୍ରା ପାଇଁ ମନ୍ଦିର ପରିସର ପୁଣି ଖୋଲିବା ପାଇଁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details