ସୁବର୍ଣ୍ଣପୁର: ସହରର ଶ୍ରୀବଡ଼ ଜଗନ୍ନାଥ ରବିବାର ଦିନ କୃଷ୍ଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ଶ୍ରୀବଳଭଦ୍ର ବଳରାମ ବେଶ ଧାରଣ କରିବେ । ସୋମବାର ଶ୍ରୀବଡ଼ ଜଗନ୍ନାଥ ବୁଦ୍ଧ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।
ସୁବର୍ଣ୍ଣପୁରରେ ବେନି ଭାଇଙ୍କ କୃଷ୍ଣ ବଳରାମ ବେଶ - ସୁବର୍ଣ୍ଣପୁରରେ ବେନି ଭାଇଙ୍କ କୃଷ୍ଣ ବଳରାମ ବେଶ
ସୁବର୍ଣ୍ଣପୁର ମହାପ୍ରଭୁ ଜଗନ୍ନାଥ ରବିବାର ଦିନ କୃଷ୍ଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସୋନପୁର ଗଡଜାତ ଜଗନ୍ନାଥ ସଂସ୍କୃତି ଇତିହାସରେ ପ୍ରଥମ ଥର ପାଇଁ ବେନି ଭାଇ ଶ୍ରୀମନ୍ଦିର ପରିସରରେ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ।ଅଧିକ ପଢନ୍ତୁ..
ସୋନପୁର ଗଡଜାତ ଜଗନ୍ନାଥ ସଂସ୍କୃତି ଇତିହାସରେ ପ୍ରଥମ ଥର ପାଇଁ ବେନି ଭାଇ ଶ୍ରୀମନ୍ଦିର ପରିସରରେ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତିବର୍ଷ ବିଗ୍ରହମାନେ ଶ୍ରୀଗୁଣ୍ଡିଚାରେ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି । ହେଲେ ଏଥର କୋରୋନା ପାଇଁ ଶ୍ରୀମନ୍ଦିରରେ ଏକ ନବ ନିର୍ମିତ ସିଂହାସନରେ ବେନି ଭାଇ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ଅବସ୍ଥାନ କରିଛନ୍ତି । ଦେବୋତ୍ତର ବିଭାଗ ପକ୍ଷରୁ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ହେଲେ ଭକ୍ତଙ୍କ ମନ ବୁଝୁନି । ପୂଜା ଥାଳି ଧରି ପହଞ୍ଚି ଯାଉଛନ୍ତି ବେନି ଭାଇଙ୍କ ବେଶ ଦର୍ଶନ କରିବା ପାଇଁ । ରବିବାର ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ବ ରକ୍ଷା କରି ବେଶ ଦର୍ଶନ କରିଥିଲେ । ସେହିପରି ସେବାୟତମାନେ ବି ସାମାଜିକ ଦୂରତ୍ବ ରକ୍ଷା ଓ ମାସ୍କ ଉପରେ ବେଶ ଯତ୍ନବାନ ଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
TAGGED:
ସୁବର୍ଣ୍ଣପୁର ମହାପ୍ରଭୁ ଜଗନ୍ନାଥ