ସୁବର୍ଣ୍ଣପୁର: ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ-୨୦୨୨ ସୁବର୍ଣ୍ଣପୁର ସହରର ସ୍ଥାନୀୟ ଭୀମଭୋଇ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗ ଦେଇ କଳା, ସାହିତ୍ୟ ଓ ନାଟକ କ୍ଷେତ୍ରରେ କୃତି ଲାଭ କରିଥିବା ପ୍ରମୁଖ ଚାରିଜଣଙ୍କୁ ମହାନଦୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହାସହ ସାହିତ୍ୟ ଓ ସଂସ୍କୃତି ସମାଜ ପ୍ରବାହକୁ ରୁଦ୍ଧିମନ୍ତ କରିଥାଏ ବୋଲି କହିଥିଲେ ।
ରାମେଶ୍ୱରର ସଙ୍ଗମ ଘାଟରେ ମହାନଦୀ ଉତ୍ସବ ଅନୁଷ୍ଠିତ - ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ ୨୦୨୨
ମହାନଦୀ ସାହିତ୍ୟ ସଂସଦର ମହାନଦୀ ଉତ୍ସବ - ୨୦୨୨ ସୁବର୍ଣ୍ଣପୁର ସହରର ସ୍ଥାନୀୟ ରାମେଶ୍ୱରର ସଙ୍ଗମ ଘାଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...
ମହାନଦୀର ରାମେଶ୍ବର ବାବାଙ୍କ ବିସ୍ତୀର୍ଣ୍ଣ ସଂଗମ ଘାଟରେ ମହାନଦୀକୁ ସ୍ବଛ ଓ ନିର୍ମଳ ରଖିବାର ପ୍ରୟାସ ନେଇ ସଂଗମ ଆରତୀ ପ୍ରଦାନ କରାଯାଇଥିଲା । ପରେ ପରେ ମହାନଦୀ ସାହିତ୍ୟ ସଂସଦ ଓ ବାହାର ଜିଲ୍ଲାରୁ ଆସିଥିବା କଳାକାରମାନେ ଭଜନ ପରିବେଷଣ କରିଥିଲେ । ଗତ ଦୁଇ ବର୍ଷ ଧରି ମହାନଦୀ ଉତ୍ସବ ପାଳନ କରାଯାଇ ପାରି ନ ଥିବା ବେଳେ ଚଳିତ ବର୍ଷ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ରାମେଶ୍ବର ବାବାଙ୍କ ବିସ୍ତୀର୍ଣ୍ଣ ସଙ୍ଗମ ଘାଟରେ ଖୋଲା ଆକାଶ ତଳେ ମହାନଦୀ ଉତ୍ସବର ଆୟୋଜନ କରାଯାଇଥିଲା । ମହାମାରୀ କୋଭିଡର ଭୟ ଜନସାଧାରଣଙ୍କ ମନରୁ ଉଭେଇ ଯାଇଥିବା ବେଳେ ସଂଗମ ଘାଟରେ ମହାନଦୀ ଉତ୍ସବ ଉପଭୋଗ କରିବାକୁ ହଜାର ହଜାର ଦେଖଣାହାରୀଙ୍କ ସମାଗମ ହୋଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ