ସୁବର୍ଣ୍ଣପୁର:ଆଜି ଦେବଦେବ ମହାଦେବ ଭୋକ ଉପାସରେ । ସହରର ଅଷ୍ଟଶମ୍ଭୁ ଭିତରେ ପ୍ରସିଦ୍ଧ ଗୋକର୍ଣ୍ଣେଶ୍ବର ମନ୍ଦିରରେ ଆଜି ନୀତିକାନ୍ତି ବନ୍ଦ ରହିଛି । ମହାନଦୀ କୂଳରେ ଥିବା ଏହି ପ୍ରାଚୀନ ମନ୍ଦିରରେ ସବୁ ସମୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷ କରି ମହାଦେବଙ୍କ ପବିତ୍ର ଦିବସ ଓ ପ୍ରତି ସପ୍ତାହର ସୋମବାର ଦିନ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୀଠକୁ ଦର୍ଶନ କରିବା ପାଇଁ ଆସିଥାନ୍ତି ।
ତେବେ ଆଜି ପବିତ୍ର ସୋମବାର ଦିନ ସେବାୟତ ଏହି ମନ୍ଦିରରେ ଅନୁପସ୍ଥିତ ଥିବା ବେଳେ ଆଜି ମନ୍ଦିର ଖୋଲାଯାଇ ନାହିଁ । ଫଳରେ ଶ୍ରଦ୍ଧାଳୁମାନେ ଦେବ ଦର୍ଶନ କରିବାକୁ ଆସି ଦର୍ଶନ କରି ନପାରି ମହାଦେବଙ୍କ ପାଇଁ ଆଣିଥିବା ଫୁଲ, ବେଲପତ୍ର, ଦୀପ ଧୂପ ତଥା ନୈବେଦ୍ୟ ଆଦି ମହାନଦୀରେ ଭସେଇ ଦେଇଛନ୍ତି । ଏହି ପୀଠରେ ବର୍ଷର ଅଧିକାଂଶ ଦିନରେ ଜଣେ ମହିଳା ସେବାୟତ ପୂଜା ଆରାଧନା କରୁଥିବା ବେଳେ ତାହା ହିନ୍ଦୁ ରୀତିନୀତିରେ ଭୂଲ ବୋଲି ଅଭିଯୋଗ ହୋଇଛି ।