ଓଡିଶା

odisha

ETV Bharat / state

ମହାନବମୀର ମହାବଳୀ ପର୍ବ ଶେଷ - ସୁରେଶ୍ବରୀଙ୍କ ପୀଠରେ ମହାବଳୀର ଚୁଳବନ୍ଧନ ପର୍ବ

ଐତିହାସୀକ ବଳୀଯାତ୍ରାର ମହାନବମୀ ତିଥିର ଘୋର ଅନ୍ଧକାର ଭିତରେ ମହାବଳୀ ପର୍ବ ସଂପନ୍ନ ହୋଇଛି । ଦେବୀ ମା ସୁରେଶ୍ବରୀ ପୀଠରେ ମହାବଳୀର ଚୁଳବନ୍ଧନ ପର୍ବ ପରେ ମହାବଳୀ ଯାତ୍ରାର ପୂର୍ଣ୍ଣାହୂତି ହୋଇଛି । ଅଧିକ ପଢନ୍ତୁ

ମହାନବମୀର ମହାବଳୀ ପର୍ବ ଶେଷ
ମହାନବମୀର ମହାବଳୀ ପର୍ବ ଶେଷ

By

Published : Oct 4, 2022, 5:24 PM IST

ସୁବର୍ଣ୍ଣପୁର:ମହାନବମୀ ତିଥିରେ ମହାବଳୀ ପର୍ବ ସମ୍ପନ୍ନ । ଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ମହାବଳୀର ଚୁଳବନ୍ଧନ ପର୍ବ ପରେ ମହାବଳୀ ଯାତ୍ରାର ପୂର୍ଣ୍ଣାହୁତି ହୋଇଛି । ଏନେଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ଐତିହାସିକ ବାଲିଯାତ୍ରାର ମହାନବମୀ ତିଥିର ଘୋର ଅନ୍ଧକାର ଭିତରେ ଏହି ପର୍ବ ପାଳିତ ହୋଇଯାଇଛି । ମହାବଳୀ ପର୍ବର ଅନ୍ତିମ ପର୍ଯ୍ୟାୟରେ ରାଜପୁରୋହିତ ମହାବଳୀର ଚୁଳବନ୍ଧନ କାର୍ଯ୍ୟ ସମ୍ପନ୍ନ କରି ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି । ମହାନବମୀର ଦ୍ବିତୀୟ ପ୍ରହରରେ ପ୍ରଥମେ ଡାଙ୍ଗୁଆ ବଳୀ ଓ ପରେ ଗାୟନ ବଳୀ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମହାନବମୀର ମହାବଳୀ ପର୍ବ ଶେଷ

ଅଲୌକିକ ତନ୍ତ୍ରମାଟିର ପ୍ରୟୋଗରେ ପାହାନ୍ତିଆ ପ୍ରହରକୁ ଆରମ୍ଭ ହୋଇଥାଏ ମହାବଳୀ କାର୍ଯ୍ୟ । ଷୋହଳଭର୍ତ୍ତି ବାଦ୍ୟର ତାଳେ ତାଳେ ମହାବଳୀ ବା ବରୁଆ ଉଦଣ୍ଡ ନୃତ୍ୟ କରି ଛତ୍ର ଧରି ଦେବୀ ମା' ଖମ୍ବେଶ୍ବରୀଙ୍କ ମୁଖଶାଳାରୁ ପଦାକୁ ଆସିଥିଲେ। ଏନେଇ ବାହାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ବହୂ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଦେବୀ କୃପା ଲାଭ କରିବା ସହିତ ମହାବଳୀ ପର୍ବରେ ସାମିଲ ହେବା ପାଇଁ ଖମ୍ବେଶ୍ବରୀ ପୀଠରେ ଏକାଠି ହୋଇଥିଲେ । ତେବେ ଏନେଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ,ଦେବୋତ୍ତର ବିଭାଗ ,ବଳୀଯାତ୍ରା କମିଟି , ମନ୍ଦିର କମିଟି ଆଦି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ କରିବା ସହିତ ମହାବଳୀ ପର୍ବରେ ସାମିଲ ହୋଇ ପୁଣି ଆଗାମୀ ବର୍ଷ ସୁରୁଖୁରୁରେ ବଳୀ କାର୍ଯ୍ୟ ସଂପନ୍ନ ହେବା ପାଇଁ ମଧ୍ୟ କାମନା କରିଥିଲେ ।

ତେବେ ଏନେଇ ଦେବୋତ୍ତର କମିଟି ସଭ୍ୟ ଶ୍ୟାମା ଓଁ ପ୍ରସାଦ ମଶ୍ର କହିଛନ୍ତି, " ସୁବର୍ଣ୍ଣପୁର ନିଆରା ପର୍ବ ହେଉଛି ବଳୀପର୍ବ । ଏହି ପର୍ବ ୧୫ଦିନ ଧରି ଚାଲିଥାଏ । କିନ୍ତୁ ସବୁଠୁ ଆକର୍ଷଣୀୟ ହେଉଛି ନବମୀବଳୀ । ମହାବଳୀ ଆଗରୁ ଡାଙ୍ଗୁଆ ବଳୀ ଓ ପରେ ଗାୟନ ବଳୀ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଏନେଇ ମହାସମାରୋହରେ ଏହି ନବମୀ ପାଳନ ହୋଇଛି । ତେବେ ଏହି ମହାବଳୀ ର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଙ୍ଗଳକାମନା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details