ସୁବର୍ଣ୍ଣପୁର : ଆଗାମୀ 27 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖାଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ମାଘମେଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କୋଭିଡ କଟକଣା ପାଇଁ ଏଥର ମେଳାକୁ ବାତିଲ କରାଯିବା ସହିତ ଦୀର୍ଘ ଦିନରୁ ଚାଲିଆସୁଥିବା ସାରସ୍ୱତ ସାହିତ୍ୟ ସମାରୋହକୁ ବି ବାତିଲ କରାଯାଇଛି । ସମାଧି ପୀଠ ପରିସରରେ କେବଳ ପାଞ୍ଚ ଶହ ଶ୍ରଦ୍ଧାଳୁ ସମାଧି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।
ତେବେ ସମାଧି ମନ୍ଦିର କେବଳ ମାଘ ପୂର୍ଣ୍ଣମୀ ତିଥିରେ ଖୋଲାଯିବାକୁ ଥିବା ବେଳେ ଅନ୍ୟ ଦିନରେ ଶ୍ରଦ୍ଧାଳୁ ମାନେ ସନ୍ଥକବିଙ୍କ ପାଦୁକା ଦର୍ଶନ କରି ପାରିବେ । ମହିମା ସାହିତ୍ୟ, ଗବେଷଣା, ମହିମା ସଂସ୍କୃତି, ସନ୍ଥ ପୀଠର ଉନ୍ନତି ଆଦି ବିଷୟରେ ବିଶେଷ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମହିମା ସମ୍ମାନରେ ସମ୍ମାନିତ କରାଯାଉଥିଲା । ଯେଉଁ କାର୍ଯ୍ୟକ୍ରମକୁ କୋଭିଡ ପାଇଁ ବାତିଲ କରି ଦିଆଯାଇଛି ।