ଓଡିଶା

odisha

ETV Bharat / state

ସୁରେଶ୍ୱରୀଙ୍କ ଭୁବନେଶ୍ୱରରୀ ବେଶ - maa sureswari in bhairavi avtar

ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରେ ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଗୁରୁବାର ଭୈରବୀ ବେଶରେ ଦର୍ଶନ ଦେବେ ମା’ ସୁରେଶ୍ବରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 3, 2019, 4:41 PM IST

ସୁବର୍ଣ୍ଣପୁର: ବୁଧବାର ଭୁବନେଶ୍ଵରୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସୁରେଶ୍ବରୀ । ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରେ ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ମା’ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କର ବେଶ ଭିଡ଼ ଜମିଥିଲା। ଗୁରୁବାର ଭୈରବୀ ବେଶରେ ଦର୍ଶନ ଦେବେ ମା’ ସୁରେଶ୍ବରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା , ଷୋଡଶୀ , ଧୂମାବତୀ ,କାଳୀ ଆଦି ବେଶରେ ଦର୍ଶନ ଦେଇଛନ୍ତି। ଗୁରୁବାର ଦେବୀ ମା ଭୈରବୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ସେହିପରି ଆଗକୁ ଦୁର୍ଗା, ମାତଙ୍ଗୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details