ଓଡିଶା

odisha

ETV Bharat / state

ମା ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ - mahalaya

ପବିତ୍ର ମହାଳୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 28, 2019, 1:10 PM IST

ସୁବର୍ଣ୍ଣପୁର: ମା ସୁରେଶ୍ବରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।


ଶନିବାର ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ଆରମ୍ଭ ହେଉଥିବାବେଳେ ଭକ୍ତମାନେ ବାଉତି ଛତ୍ର ଓ ଦେବୀ ମାଙ୍କ ବେଶ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି । ଶନିବାରଠାରୁ ଦେବୀ ମାଙ୍କ ଷୋହଳ ଉପଚାର ପୂଜା ଆରାଧନା କରାଯିବା ସହିତ ଦେବୀ ମା 9 ଦିନ ଯାଏଁ ବିଭିନ୍ନ ବେଶ ଧାରଣ କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆସନ୍ତା ରବିବାର ଠାରୁ ଦଶହରା ଯାଏଁ ଦେବୀ ମା ସୁରେଶ୍ବେରୀ ତାରା, ଛିନ୍ନମସ୍ତା, କାଳୀ, ଭୈରବୀ, ମହିଷାମର୍ଦ୍ଧିନୀ, ରାଜ ରାଜେଶ୍ବେରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

ବିଶେଷକରି ଦେବୀଙ୍କ ବେଶ ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କର ସମାଗମ ହେବ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details