ସୁବର୍ଣ୍ଣପୁର: ଆଜି(ଶୁକ୍ରବାର) ଆଶ୍ବୀନ ଶୁକ୍ଲ ସପ୍ତମୀ ତିଥିରେ ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା' ସୁରେଶ୍ବରୀ ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି(ଶନିବାର) ଦେବୀ ମା' ମହିଷମର୍ତ୍ତୀନି ବେଶ ଧାରଣା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।କୋଭିଡ-19 କଟକଣା ଭିତରେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ବେଶ ଓ ପୂଜା ଆରାଧନା କରାଯାଉଛି।
ସେବାୟତମାନେ ପ୍ରତ୍ୟହ ଭିନ୍ନଭିନ୍ନ ବେଶ କରୁଛନ୍ତି। କେବଳ ସକାଳେ ଓ ସଂଞ୍ଜରେ ଦେବୀ ପୀଠ ଖୋଲା ରହୁଥିବା ବେଳେ ମଧ୍ୟାହ୍ନରେ ମନ୍ଦିରର ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଉଛି। ଦେବୋତ୍ତର ବିଭାଗ ପକ୍ଷରୁ ଜନ ସମାଗମକୁ ବାରଣ କରାଯାଇଛି। ସେବାୟତମାନେ କୋଭିଡ ନିୟମ ପାଳନ କରି ଦେବୀଙ୍କ ପୂଜା ଆରାଧନା କରୁଛନ୍ତି। ସନ୍ଧ୍ୟା ଆରତୀ ସମୟରେ ବ୍ୟବହାର ହେଉଥିବା ଲୋକବାଦ୍ୟକୁ ବି ବାରଣ କରାଯାଇଛି।